Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ, କହିଲେ- ନେତାଜୀଙ୍କ ଜୟନ୍ତୀଙ୍କୁ ଜାତୀୟ ଛୁଟି ଭାବେ ଘୋଷଣା କରାଯାଉ

18/11/2020 at 7:52 PM

କୋଲକାତା ୧୮।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ଜାନୁଆରୀ ୨୩ ତାରିଖକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ଏହି ସମ୍ବନ୍ଧରେ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ନେତାଜୀଙ୍କ ସହିତ କଣ ଘଟିଥିଲା, ଏହାର ସନ୍ଧାନ  ଲଗାଇବାକୁ ପ୍ରଧାନମନ୍ତ୍ରୀ ନିର୍ଣ୍ଣାୟକ ପଦକ୍ଷେପ ଉଠାନ୍ତୁ ଓ ସମସ୍ତ ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ମମତା କହିଛନ୍ତି।

ମମତା ବାନାର୍ଜୀ ଲେଖିଛନ୍ତି, ଆପଣ ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, ନେତାଜୀ ସୁଭାଷ ବୋସଙ୍କ ୧୨୫ତମ ଜୟନ୍ତୀ ୨୦୨୨ ମେ ୨୩ରେ ପାଳନ କରାଯିବ। ପଶ୍ଚିମବଙ୍ଗର ମହାନତମ ପୁତ୍ର ମଧ୍ୟରୁ ଜଣେ ନେତାଜୀ ଦେଶର ହିରୋ, ଜାତୀୟ ନେତା ଓ ବ୍ରିଟିଶ ଶାସନ ବିରୋଧରେ ସ୍ଵାଧୀନତା ସଂଗ୍ରାମର ଏକ ଆଦର୍ଶ ପୁରୁଷ ଥିଲେ। ସେ ଅନେକ ପିଢି ଧରି ଲୋକଙ୍କ ଆଦର୍ଶ ହୋଇ ରହିବେ। ତାଙ୍କର ଅଦ୍ୟମ ନେତୃତ୍ଵରେ ଇଣ୍ଡିଆନ ନ୍ୟାସନାଲ ଆର୍ମିର ହଜାର ସଂଖ୍ୟକ ବୀର ଯବାନ ମାତୃଭୂମୀ ପାଇଁ ଉଚ୍ଚତମ ବଳିଦାନ ଦେଇଛନ୍ତି।

ମମତା ଲେଖିଛନ୍ତି, ପ୍ରତି ବର୍ଷ ସମଗ୍ର ଦେଶରେ ନେତାଜୀଙ୍କ ଜନ୍ମ ଦିନକୁ ମହାନ ଗରିମା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଆପଣ ମନେ ପକାନ୍ତୁ ଯେ, ଆମେ ଦୀର୍ଘ ସମୟ ଧରି କେନ୍ଦ୍ର ସରକାରଙ୍କଠାରେ ଦାବି କରି ଆସୁଛୁ ଯେ, ନେତାଜୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଅବକାଶ ଭାବେ ଘୋଷଣା କରାଯାଉ। କିନ୍ତୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେଣୁ ନିଜର ମହାନ ନେତା ଓ ଦେଶର ହିରୋଙ୍କୁ ସମ୍ମାନ ଦେବା ପାଇଁ ଆମେ ଜାନୁଆରୀ ୨୩କୁ ଜାତୀୟ ଛୁଟି ଘୋଷଣା କରିବାକୁ ନିଜର ଦାବିକୁ ପୁଣି ଥରେ ଦୋହରାଉଛୁ।

ବାନାର୍ଜୀ ଲେଖିଛନ୍ତି ଯେ, ଆପଣ ନେତାଜୀଙ୍କ ରହସ୍ୟମୟ ଭାବେ ଗାଏବ ହେବା ଘଟଣା ବିଷୟରେ ବେଶ୍ ଭଲ ଭାବେ ଅବଗତ ଥିବେ। ବିଶେଷ କରି ପଶ୍ଚିମବଙ୍ଗ ଲୋକଙ୍କର ଅଧିକାର ରହିଛି ଯେ, ସେମାନେ ଏହି ମାମଲାର ସତ୍ୟାସତ୍ୟ ଜାଣନ୍ତୁ। ପଶ୍ଚିମବଙ୍ଗ ସରକାର ନେତାଜୀଙ୍କ ସଂପର୍କିତ ଅନେକ ଫାଇଲକୁ ପୂର୍ବରୁ ମଧ୍ୟ ସାର୍ବଜନୀନ କରି ସାରିଛି।

   Related Posts