ପଶ୍ଚିମବଙ୍ଗର ଦିଘା ପାଇଁ ମମତାଙ୍କର ବିଶାଳ ପରିକଳ୍ପନା : ତିଆରି କରିବେ ପୁରୀ ଭଳି ଜଗନ୍ନାଥ ମନ୍ଦିର

Published By : Prameya-News7 Bureau | August 23, 2019 IST

ଜଳେଶ୍ବର୨୩|୮: ଏପଟେ ପୁରୀକୁ ବିଶ୍ବସ୍ତରୀୟ ଯୋଜନାରେ ମ୍ୟାପ କାଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ପୁରୀକୁ ଆସୁଥିବା ପର୍ଯ୍ୟଟକ କେମିତି ସିଆଡ଼େ ବାଟ କାଟିବେ ସେଥିପାଇଁ ବିଶାଳ ପ୍ରକଳ୍ପ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁଇଦିନ ତଳେ ମମତା ସେହିଠାରେ ରହି ଦିଘାରେ ବିଶାଳ ଜଗନ୍ନାଥ ମନ୍ଦିରର କାର୍ଯ୍ୟାରମ୍ଭ କରିଛନ୍ତି।

{"id":147946}

ଦିଘାରେ ମମତା ବାନାର୍ଜୀ ତିଆରି କରିବେ ପୁରୀ ଭଳି ଜଗନ୍ନାଥ ମନ୍ଦିର । ପଶ୍ଚିମବଙ୍ଗର ଦିଘା ପାଇଁ ମମତାଙ୍କର ବିଶାଳ ପରିକଳ୍ପନା। ବିଚ୍‌କୁ ଚକାଚକ କରିଦେବେ। ତିଆରି କରିବେ ଏକ ସୁଉଚ୍ଚ ତୋରଣ। ଆଉ ଦିଘାରେ ଯେଉଁ ଜଗନ୍ନାଥ ମନ୍ଦିର ରହିଛି ତାହାକୁ ନେଇ ଆସିବେ ସମୁଦ୍ର କୂଳ। ଯେଉଁଠାରେ ପୁରୀ ଭଳି ବିରାଟ ମନ୍ଦିର ରହିବ ।

{"id":147947}

ଦୁଇଦିନ ତଳେ ମମତା ବାନାର୍ଜୀ  ଦିଘା ଗସ୍ତରେ ଆସି ଏକ କନଭେନ୍‌ସ ହଲର ଉଦ୍‌ଘାଟନ କରିଥିଲେ । ଏ ହେଉଛି ସେହି ବିଶାଳ କନଭେନ୍‌ସନ ହଲ୍‌। ଆଉ ସେହିଠାରେ ମମତା ଖୋଲିଥିଲେ ମନକଥା। ପୁରୀ ଭଳି ଜଗନ୍ନାଥ ମନ୍ଦିର କରିବେ। ଆଉ ପର୍ଯ୍ୟଟକ ଯେମିତି ପୁରୀ ନଯାଇ ଦିଘାରେ ଅଟକିବେ ସେଭଳି ପ୍ଲାନ ବଖାଣିଥିଲେ।

{"id":147948}

ପୁରୀ ପାଇଁ ନବୀନ ବିଶାଳ ପରିକଳ୍ପନାରେ ଆଗଉଛନ୍ତି। ସେପଟେ ପୁରୀ ପର୍ଯ୍ୟଟକ କେମିତି ଦିଘାରେ ଅଟକିବେ ସେମିତି ପରକଳ୍ପନା କରୁଛନ୍ତି ମମତା। ମମତା ଦିଘା ବିଚ୍‌କୁ ଚକାଚକ୍ କରନ୍ତୁ ସେଥିରେ ଆମର କିଛି କହିବାର ନାହିଁ। କିନ୍ତୁ ଆମର କହିବା କଥା ଦିଘାଠାରୁ ମାତ୍ର ୨ଶହ ମିଟର ଦୂର ଉଦୟପୁର ବିଚ୍‌ । ଯାହାକି ଓଡ଼ିଶା ସୀମାରେ ଆସୁଛି। ଉଦୟପୁର ବିଚ୍‌ ଶ୍ରୀହୀନ ହୋଇପଡ଼ିଲାଣି। ଓଡ଼ିଶା ସରକାର ସେଠାରେ ପର୍ଯ୍ୟଟକଙ୍କ ପାଇଁ କିଛି ପରିକଳ୍ପନା ପ୍ରକାଶ କରନ୍ତୁ ।

{"id":147949}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.