Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

‘ମୋ ଫୋନ୍‌ ହ୍ୟାକ୍‌ କରିବା ଜରୁରୀକାଳୀନ ପରିସ୍ଥିତି ଠାରୁ ଅଧିକ’: ମମତା ବାନାର୍ଜୀ

28/07/2021 at 4:17 PM

କୋଲକାତା, ୨୮/୦୭: ପେଗାସସ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ନାକେଦମ୍‌ ହେବାକୁ ପଡ଼ିଲାଣି । ଏଥିପାଇଁ ସଂସଦରେ ବାରମ୍ୱାର ହଟ୍ଟଗୋଳ ମଧ୍ୟ ହୋଇଛି । ଏହି ବିଷୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ରକୁ ଆକ୍ଷେପ କରି ସେ ବର୍ତ୍ତମାନର ପରିସ୍ଥିତି ଜରୁରୀକାଳୀନ ସ୍ଥିତି ଠାରୁ ଆହୁରି ଭୟଙ୍କର ବୋଲି କହିଛନ୍ତି ।

ଦିଲ୍ଲୀ ଗ୍ରସ୍ତରେ ଥିବା ମମତା ପେଗାସସ୍‌ର ସଜ୍ଞା ନେଇ କହିଛନ୍ତି ଯେ, ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଭାଇରସ୍‌ । ଆମର ସୁରକ୍ଷା ଏବଂ ନିରାପତ୍ତା ଏବେ ବିପଦରେ । କାହର ମଧ୍ୟ ସ୍ୱାଧୀନତା ନାହିଁ । ଆଜି କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମମତା ଭେଟି ପେଗାସସ୍‌ ବିଷୟରେ ଆଲୋଚନା କରିଥିଲେ ।

ମୋ ଫୋନ୍‌ ହ୍ୟାକ୍‌ ହୋଇଛି  । ଅଭିଷେକ୍‌ର ଫୋନ୍‌ ମଧ୍ୟ ଆଗରୁ ହ୍ୟାକ୍‌ କରାଯାଇଛି । ରଣନୀତିକାର  ପ୍ରଶାନ୍ତ କିଶୋରଙ୍କ ମଧ୍ୟ ଫୋନ୍‌ ହ୍ୟାକ୍‌ କରାଯାଇଛି । ଯଦି ପେଗାସସ୍‌ ଗୋଟିଏ ଫୋନ୍‌ ହ୍ୟାକ୍‌ କରିପାରୁଛି ତେବେ ଏହା ବହୁତ ଲୋକଙ୍କର ମଧ୍ୟ ଫୋନ୍‌ ହ୍ୟାକ୍‌ କରିପାରିବ ବୋଲି ମମତା କହିଛନ୍ତି । ଏହା ସବୁଠାରୁ ଗୁରୁତ୍ୱର  ବିଷୟ କାରଣ ଏଥିରେ ଜୀବନ, ସମ୍ପତ୍ତି ଏବଂ ସୁରକ୍ଷା ଜଡ଼ିତ ।

   Related Posts