ଏବେ ଅସଲ ପରିବର୍ତ୍ତନତ ଦିଲ୍ଲୀରେ ହେବ : ମମତା ବାନାର୍ଜୀ

Published By : Prameya-News7 Bureau | March 07, 2021 IST

ସିଲିଗୁଡ଼ି ୭।୩: ବିଧାନସଭା ନିର୍ବାଚନ ଲାଗି ପାଶ୍ଚିମବଙ୍ଗରେ ରାଜନୀତି ଏବେ ଚରମରେ ପହଞ୍ଚିଛି। ବିଧାନସଭା ଦଖଲ ଲାଗି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ମୈଦାନରେ ବିଶାଳ ଜନସମାବେଶ କରିଥିବା ବେଳେ ଅନ୍ୟପଟେ ମମତା ବାନାର୍ଜୀ ମହଙ୍ଗା ରୋଷେଇ ଗ୍ୟାସ୍‌ ବିରୋଧରେ ସିଲିଗୁଡିରେ ପଦଯାତ୍ରା କରିଛନ୍ତି।

{"id":419156,"sizeSlug":"large","linkDestination":"none"}

ପଦଯାତ୍ରାରେ ମମତା ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରିଛନ୍ତି। ରୋଷେଇ ଗ୍ୟାସ୍ ସହ ପଦଯାତ୍ରା କରିଥିବା ବେଲେ  ବେଳେ ମୋଦି କେବଳ ବଡ଼ବଡ଼ କଥା କହନ୍ତି ବୋଲି ମମତା କହିଛନ୍ତି। ଯେମିତି କହୁଛନ୍ତି ବେଙ୍ଗଲରେ ‘ପରିବର୍ତ୍ତନ’ ହେବ। ଏବେ ଅସଲ ପରିବର୍ତ୍ତନ ତ ଦିଲ୍ଲୀରେ ହେବ ବୋଲି କହିଛନ୍ତି ମମତା।

{"id":419157,"sizeSlug":"large","linkDestination":"none"}

ଖାଲି ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳକୁ ଏବେ ଦେଶବାସୀ ଅପେକ୍ଷା କରି ରହିଛନ୍ତି ବୋଲି ଦିଦି କହିଛନ୍ତି। ଜନାଦେଶ ମୋଦିଙ୍କୁ ବିରୋଧ କରିବ ଓ ଏହାର ଗୁଞ୍ଜରଣ ସାରା ଦେଶରେ ହେବ ବୋଲି କହିଛନ୍ତି ମମତା ବାନାର୍ଜୀ। ଦିଦି କହିଛନ୍ତି ଯେ ଆମେ କେବଳ ଦରଦାମ କଥା କହୁଛେ ହେଲେ ସେ ଦିଲ୍ଲୀରେ ବସି ବିକ୍ରି କରିବାରେ ଲାଗିଛନ୍ତି। ପ୍ରଥମେ ଦିଲ୍ଲୀକୁ ବିକିଲେ ପରେ ଲାଲ କିଲ୍ଲା ଏବେ ଏୟାର ଇଣ୍ଡିଆ ବିକ୍ରି ହେବ ପଛକୁ ରହିଛି ତାଜମହଲ। ପ୍ରତିରକ୍ଷା ବି ବିକ୍ରି କରିଦେଲେଣି, ଏବେ ଭାରତର ନାମକରଣ କଣ ‘ମୋଦି’ ହେବ? ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମକୁ ନିଜ ନାମରେ ନିଜେ ନାମିତ କରିଦେଲେ ଟିକେ ଲଜ୍ଜା ବି କଲେନି ବୋଲି କହିଛନ୍ତି ମମତା।

{"id":419158,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ବାସ୍ତବରେ ଦେଶ ଏବେ ପରିବର୍ତ୍ତନ ଚାହୁଁଛି  ଏହି ପରିବର୍ତ୍ତନର ବିଗୁଲ ପଶ୍ଚିମବଙ୍ଗବାସୀ ଫୁଙ୍କିବେ। ବେଙ୍ଗଲର ଜଣେ ଜଣେ ଭୋଟରର ଭୋଟ ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ।  ଦେଶର ନାମ ହିନ୍ଦୁସ୍ତାନ ନା ମୋଦି ସ୍ତାନ ହେବ ତାହା ବେଙ୍ଗଲ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମମତା ବାନାର୍ଜୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.