ବିଜେପି ଓ ଆରଏସଏସକୁ କାଉଣ୍ଟର କରିବାକୁ ମମତାଙ୍କ ନୂଆ ରଣନୀତି : ଜୟ ଶ୍ରୀରାମ ନାରାକୁ ଟକ୍କର ଦେବ ଜୟ ବାଂଲା, ଜୟ ହିନ୍ଦ୍

Published By : Prameya-News7 Bureau | June 01, 2019 IST

ଜୟ ଶ୍ରୀରାମ ନାରା ଶୁଣି ରାଗି ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତୃଣମୂଳ କଂଗ୍ରେସର ଦଳୀୟ କର୍ମକର୍ତ୍ତାଙ୍କ ଲାଗି ଏକ ନୂଆ ନାରା ଜାରି କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇଛି ଯେ, ଦଳର କାର୍ଯ୍ୟକର୍ତ୍ତା ଫୋନ୍ ଉଠାଇଲେ, ପ୍ରଥମ ସମ୍ଭାଷଣ ଭାବେ ହାଲୋ ବଦଳରେ ‘ଜୟ ବାଂଲା, ଜୟ ହିନ୍ଦ କହିବେ ।

{"id":118466}

ଟିଏମ୍‌ସି  ପକ୍ଷରୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୋଟିସ୍ ଜାରିକରି କୁହାଯାଇଛି କି, ଏବେ କାର୍ଯ୍ୟକର୍ତ୍ତା ଫୋନରେ ହାଲୋ ସ୍ଥାନରେ ଜୟ ବାଙ୍ଗଲା ଜୟ ହିନ୍ଦ’ର ବ୍ୟବହାର କରିବେ ।

{"id":118462}

ଜୟ ଶ୍ରୀ ରାମ ନାରାକୁ କାଉଣ୍ଟର କରିବ ଜୟ ବାଂଲା , ଜୟ ହିନ୍ଦ୍  । ପଶ୍ଚିମବଙ୍ଗ ରେ ବିଜେପି ଓ ଆରଏସଏସକୁ କାଉଣ୍ଟର କରିବାକୁ  ମମତା ଆପଣେଇଛନ୍ତି ଏହି ପନ୍ଥା । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି କର୍ମୀଙ୍କ ଯୋଶ୍ ଉଚ୍ଚରେ ଥିବାରୁ ମମତାଙ୍କ ଗସ୍ତବେଳେ ଜୟ ଶ୍ରୀ ରାମ ନାରା ଲଗାଯାଉଛି ।

{"id":118467}

ଯାହା ମମତାଙ୍କୁ ହଜମ ହେଉନି । ଜୟ ଶ୍ରୀରାମ ନାରା ଶୁଣି ଚିହିଁକି ଉଠୁଛନ୍ତି ଦିଦି । ଦୁଇଦିନ ତଳେ ବାରାକପୁର ଲୋକସଭା କ୍ଷେତ୍ରକୁ ଯାଇଥିବା ମମତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ବିଜେପି ସମର୍ଥକଙ୍କୁ ମମତା କ୍ରିମନାଲ ଏବଂ ଆଉଟ୍-ସାଇଡର ବୋଲି କହିଥିଲେ ।

{"id":118468}

ଖୋଦ ମୁଖ୍ୟମନ୍ତ୍ରୀ ହୋଇ ବି କିଛି ଲୋକଙ୍କ ଜୟ ଶ୍ରୀରାମ ଧ୍ବନିରେ ରାଗିଯାଇ ମମତା ନିଜ ଗାଡିରୁ ଓହ୍ଲାଇ ଆସି ଲୋକଙ୍କୁ ଗାଳି ଗୁଲଜ କରିବା ଭିଡିଓ ଭାଇରାଲ ହୋଇଥିଲା ।ଏହା ବିଜେପି ଓ ଆରଏସଏସ କର୍ମୀଙ୍କ ଏଭଳି ଷ୍ଟାଇଲକୁ କାଉଣ୍ଟର କରିବାକୁ ମମତା ଜୟ ହିନ୍ଦ୍ ଗୃପ ଗଠନ କରିଛନ୍ତି । ପ୍ରତିବ୍ଲକରେ ଜୟ ହିନ୍ଦ୍ ଗୃପ ର ପ୍ରତିନିଧି ରଖାଯିବାକୁ ନିଷ୍ପତି ହୋଇଛି ।

{"id":118463}

ବିଜେପି ଓ ଆରଏସଏସ ପଶ୍ଚିମବଙ୍ଗରେ ଯାହା ଚାହୁଁଥିଲେ ତାହା ଏକ ପ୍ରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ମମତା । ମୁସଲମାନ ତୁଷ୍ଟିକରଣ  ରାଜନୀତି କରୁଥିବା ମମତା ଶେଷରେ ଜୟ ହିନ୍ଦ୍ ନାରା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । କୁହାଯାଉଛି ଲୋକସଭାରେ କମ୍ୟୁନାଲ ଲାଇନରେ ଭୋଟ ହେବା ପରେ ମମତାଙ୍କୁ ବଡ ଝଟକା ଲଗିଛି ।

{"id":118469}

ବିଜେପିର ଅଭିଯୋଗ, ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ବିଜେପି ଜବରଦସ୍ତ ଫାଇଟ ଦେବା ଦେଖି ହଡବଡେଇ ଯାଇଛନ୍ତି ମମତା । ତେଣୁ ସେ ଜୟ ଶ୍ରୀରାମ ନାରାକୁ ହଜମ କରିପାରୁନାହାନ୍ତି । ଜୟଶ୍ରୀରାମ ନାରା ପଛରେ ନପଡି ମମତା ବରଂ ବାଂଲାଦେଶୀ ଅନୁପ୍ରବେଶ ,ରୋହିଙ୍ଗ୍ୟା ସରଣାର୍ଥୀ ଆଦି ପ୍ରସଙ୍ଗରେ ଧ୍ୟାନ ଦେବା ଜରୁରୀ ।

{"id":118464}

ଆଗକୁ ମମତା ଓ ବିଜେପି ବିଗ୍ ଫାଇଟ୍ ପାଇଁ ସଜବାଜ ହେଉଛନ୍ତି । ମୋଦିଙ୍କ ସପଥ ଉତ୍ସବ ସଭାକୁ ତୃଣମୂଳ କର୍ମୀଙ୍କ ଦ୍ବାରା ହତ୍ୟା ହୋଇଥିବା ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଡାକିବା ଏହାର ଝଲକ ଦେଇଛି ।

{"id":118470}

୨୦୨୧ରେ ବିଧାନସଭା ନିର୍ବାଚନ ଥିବାରୁ ଆସନ୍ତା ୨ ବର୍ଷ ଭିତରେ ଟିଏମସି ଓ ବିଜେପି କର୍ମୀଙ୍କ ଭିତରେ ବହୁ ଡ୍ରାମା ଦେଖିବାକୁ ବାକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.