ଗାଧୋଇବାକୁ ଯାଇ ମମତା ନିଖୋଜ…
4/06/2020 at 3:15 PM

ବୌଦ୍ଧ୪/୬: ଗାଧୋଇବାକୁ ଯାଇ ମମତା ନିଖୋଜ। ବୌଦ୍ଧ ଜିଲ୍ଲା ହାରଭଙ୍ଗା ଥାନା କୂଡାସିଙ୍ଗା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ମମତା ବେହେରା ନାମକ ଜଣେ ୩୮ ବର୍ଷ ବୟସ୍କା ମହିଳା ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ବିତି ଯାଇଥିଲେ ମଧ୍ୟ ମମତା ଘରକୁ ଫେରି ନଥିଲେ। ମମତା ଗାଧୋଇବାକୁ ଯାଇଥିଲେ, ସେ କୁଆଡ଼େ ଗଲେ, ଏପର୍ଯ୍ୟନ୍ତ କାହିଁକି ଫେରି ନାହାନ୍ତି। ଏଭଳି କଥା ଭାବି ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମମତାଙ୍କ ପତ୍ତା ମିଳି ନାହିଁ। ତେବେ ପରିବାର ଲୋକେ ମମତା ଗାଧୋଇବାକୁ ଯାଇଥିବା ମହାନଦୀ କୂଳରେ ଖୋଜୁଛନ୍ତି। ସ୍ଥାନୀୟ ଅଞ୍ଚଳର ଚାରିଛକ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଏପର୍ଯ୍ୟନ୍ତ ମମତାଙ୍କ ଖୋଜ୍ ଖବର ମିଳୁ ନାହିଁ। ବର୍ତ୍ତମାନ ସୁଦ୍ଧା ମମତାଙ୍କୁ ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ଉଭୟ ମିଶି ଖୋଜୁଥିବା ସୂଚନା ମିଳିଛି।