Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ହାରିଯିବେ କି ମମତା ? ନନ୍ଦିଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆଗରେ

2/05/2021 at 9:22 AM

କୋଲକାତା, ୦୨।୦୫: ନନ୍ଦିଗ୍ରାମରେ ହାରିଯିବେ କି ମମତା ବାନାର୍ଜୀ । ପ୍ରାଥମିକ ଟ୍ରେଣ୍ଡରୁ ଏହା ସାମ୍ନାକୁ ଆସିଛି । ନନ୍ଦିଗ୍ରାମରେ ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା । ଏଠାରେ ଆଗରେ ରହିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ଦିଦିଙ୍କ ସପକ୍ଷରେ ଯାଇଥିବା ବେଳେ ଦୁଇଟି ସର୍ଭେ ସରକାର ପରିବର୍ତ୍ତନର ଇସାରା କରିଥିଲେ। ବେଙ୍ଗଲରେ ଟିଏମସି ପୁଣି ପାଓ୍ବାରକୁ ଫେରିବ ନାଁ ପରିବର୍ତ୍ତନ ହେବ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।

ବିଭିନ୍ନ କାରଣ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ଚର୍ଚ୍ଚାରେ ଥିଲା। ଏହା ମଧ୍ୟରୁ ନନ୍ଦିଗ୍ରାମ ବିଧାନସଭା ଆସନ ସମସ୍ତଙ୍କ ନଜରରେ ଥିଲା। କାରଣ ଏଠାରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିଥିବା ବେଳେ ଟିଏମସିରୁ ବିଜେପିକୁ ଆସିଥିବା ଏବଂ ଦିନେ ଦିଦିଙ୍କ ବିଶ୍ବସ୍ତ ଥିବା ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଥିଲେ। ୨ ଦିନ ତଳେ  ଇଣ୍ଡିଆ ଟିଭି ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟ କହିଥିଲା ଯେ, ଯେ ବେଙ୍ଗଲରେ ବିଜେପି ସରକାର କରିବ ତାହା ନୁହେଁ ବରଂ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ହାରିବେ ବୋଲି ଦାବି ମଧ୍ୟ କରିଛି ।

ନିର୍ବାଚନ ବେଳେ ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବେ । ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଦାବି ଏବଂ ଏହି ଏକ୍‌ଜିଟ୍‌ ପୋଲ୍‌ ସତ ହେବ କି ନାହଁ ତାହା ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ।

   Related Posts