‘ଜନତା କର୍ଫ୍ୟୁ’ ବେଳେ ଦକ୍ଷିଣ କୋଲକାତାରେ ମମତା ବାଣ୍ଟିଲେ ମିଡ ଡେ ଚାଉଳ
22/03/2020 at 4:00 PM

କୋଲକାତା ୨୨।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଆହ୍ୱାନ ଦେଇଥିଲେ। ସାରା ଦେଶ ରବିବାର ନିଜକୁ ଏଥିରେ ସାମିଲ କରିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରୁ ନିଜକୁ ପୃଥକ କରିଛନ୍ତି। ଏହି ଅବସରରେ ଦକ୍ଷିଣ କୋଲକାତାର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ଯୋଜନାରେ ଚାଉଳ ଓ ଆଳୁ ବିତରଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷକଙ୍କ ଯୋଗଦାନ ଅନିବାର୍ଯ୍ୟ କରିଥିଲେ। ଯାହାକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି।

କରୋନା ଏବେ ସାରା ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି। ରବିବାର ଦେଶରେ ସପ୍ତମ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪୮ରେ ପହଞ୍ଚିଛି। ସେପଟେ ସମଗ୍ର ବିଶ୍ୱରେ କରୋନା ମୃତ୍ୟୁ ୧୩ ହଜାରରେ ପହଞ୍ଚିଛି। ଏଣୁ ଦେଶରେ କରୋନା ଯେପରି ମହାମାରୀ ରୂପ ନ ନିଏ ସେଥିଲାଗି ସବୁସ୍ତରରେ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ନିବେଦନକୁ ସାରା ଦେଶ ସମର୍ଥନ କରିଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟବାସୀ ମଧ୍ୟ ନିର୍ବିକାର ଭାବେ ସମର୍ଥନ କରୁଛନ୍ତି।
Govt of Bengal has issued an order for distributing rice and potato in different schools on coming Sun, 22 Mar under the Mid Day meal program, earlier scheduled for 23-24 Mar. All primary school teachers have been asked to report. It has been done just to spike the #JantaCurfew. pic.twitter.com/MPyQaCaWj6
— Amit Malviya (@amitmalviya) March 21, 2020
ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଜନତା କର୍ଫ୍ୟୁ ଭଣ୍ଡୁର କରିବା ଲାଗି ବିଦ୍ୟାଳୟମାନଙ୍କୁ ଜନତା କର୍ଫ୍ୟୁ ଦିନରେ ମଧ୍ୟାହ୍ନ ଭୋଜନ ଆଳୁ ଓ ଚାଉଳ ବିତରଣ କରିବା ସହ ଏଥିଲାଗି ରବିବାର ବିଭିନ୍ନ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକକୁ ଠୁଳ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକଙ୍କ ଯୋଗଦାନକୁ ଅନିବାର୍ଯ୍ୟ କରିଥିଲେ।

ପଶ୍ଟିମବଙ୍ଗରେ ଏପର୍ଯ୍ୟନ୍ତ କରୋନାର ୩ଟି ଅଭିଯୋଗ ମିଳିଛି। ଏଥିରୁ ୨ଟି ବିଦେଶରୁ ଆସିଥିବା ବେଳେ ଜଣେ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ସ୍ଥାନୀୟ ବ୍ୟକ୍ତି କୌଣସି ବିଦେଶୀଙ୍କ ସଂସର୍ଗରେ ଆସି ନାହାନ୍ତି କି ସେ ନିକଟ ଅତୀତରେ ବିଦେଶ ବି ଯାଇନାହାନ୍ତି ବୋଲି ରେକର୍ଡରୁ ଜଣାପଡିଛି। ତେବେ ରାଜ୍ୟବାସୀ କରୋନା ଲାଗି ସତର୍କ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନାପସନ୍ଦ କରାଯାଇଛି।