Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମମତା- ସିବିଆଇ ବିବାଦ: ଘଟଣା ବହୁଳ ଥିଲା ଆଜିର ଦିନ, ଜାଣନ୍ତୁ ସବୁ ଖବର

5/02/2019 at 6:42 PM

କୋଲକାତା୫|୧: ଚିଟଫଣ୍ଡ ମାମଲା ନେଇ ସିବିଆଇ-ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ।  କୋଲକାତା ପୋଲିସ କମିଶନରଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି । ମେଘାଳୟର ସିଲଂ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ । ସେପଟେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ମଧ୍ୟ ନୋଟିସ ହୋଇଛି ।

କୋଲକାତା ପୋଲିସ କମିଶନରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ପ୍ରଧାନ ବିଚାରପତିଙ୍କ  ରଞ୍ଜନ ଗୋଗୋଇ, ଦୀପକ ଗୁପ୍ତା, ସଞ୍ଜିବ ଖାନ୍ନାଙ୍କ ତିନିଜଣିଆ ଖଣ୍ଡପୀଠ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇରେ ହାଜ ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ମେଘାଳୟ ଶିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କର । ତେବେ ଏହି ସମୟରେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିପାରିବ ନାହିଁ । କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ସିବିଆଇ ରାଜୀବଙ୍କୁ କେବଳ ପଚରାଉଚରା କରି ପାରିବ । ସେପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ କମିସନରଙ୍କୁ ଅଦାଲତ ଅବମାନନା ନୋଟିସ ସଂପର୍କିତ ଅବେଦନରେ ନୋଟିସ ଜାରି କରିଛନ୍ତି। । ଫେବ୍ରୁଆରି ୧୮ ସୁଦ୍ଧା ଏହି ନୋଟିସର ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ଏହି ୩ ଜଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨୦ରେ ହେବ ।

ସକାଳେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ପୂର୍ବରୁ ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେଣୁଗୋପାଲ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ ସାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ରାଜୀବ କୁମାର ଘଟଣାର ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ଲାପଟପ୍‌ ଓ ମୋବାଇଲରୁ ସମସ୍ତ ତଥ୍ୟ ସଂଗ୍ରହ ନ କରି ଏହି ଲାପଟପ୍ ଓ ମୋବାଇଲକୁ କୁ ସେମାନଙ୍କୁ ଫେରାଇ ଦେଇଥିଲେ।  ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ତଦନ୍ତ ଆରମ୍ଭ କରିବା ସମୟରେ ବହୁ ତଥ୍ୟ ମିଳି ନ ଥିଲା ।  ଏନେଇ ସିବିଆଇ ସତ୍ୟପାଠ ଜରିଆରେ ସର୍ବୋଚ୍ଚନ୍ୟାୟଳକୁ ଜଣାଇଥିଲେ । ସେପଟେ ପଶ୍ଚିମବଙ୍ଗ ପୋଲିସ ତରଫରୁ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ରଖିଥିଲେ ପୋଲିସ କମିଶନରଙ୍କୁ ହଇରାଣ ହରକତ କରାଯାଉଛି । ଯାହାକୁ କୋର୍ଟ ଗ୍ରହଣ ନକରିକରି ରାଜୀବଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଧାରଣା ସ୍ଥଳରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନୈତିକ ବିଜୟ ବୋଲି କହିଛନ୍ତି ।ସେପଟେ କେନ୍ଦ୍ର ଆଇନ ମନ୍ତ୍ରୀ  କହିଛନ୍ତି ଏହା ସେମାନଙ୍କର ନୈତିକ ବିଜୟ।

ସିବିଆଇ ବନାମ ପଶ୍ଚିମ ବଙ୍ଗ ପୋଲିସ ଏବେ  ରାଜନୀତିର ହଟ୍‌ ଟପିକ ହୋଇଛି। ମମତାଙ୍କ ସମର୍ଥନରେ ବିରୋଧୀ ଦଳଙ୍କୁ ଏକାଠି କରିଛି। ଆଉ ଏଣେ ବିଜେପିବି ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ସ୍ଥାନରେ ସ୍ଥାନ ମଜଭୁତ କରିଛି।  ମମତାଙ୍କୁ ସମର୍ଥନ ଜଣାଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,  ଆରଜେଡି ନେତା ତେଜସ୍ବୀ ଯାଦବ ଓ ଡିଏମ୍‌କେ ନେତ୍ରୀ କାନିମୋଇ ପ୍ରମୁଖ କୋଲକାତା ଯାଇଛନ୍ତି। ସେପଟେ ବିଜେପି  ମମତାଙ୍କ  ବିରୋଧରେ ମୋର୍ଚ୍ଚା ବାହାର କରିବାକୁ ଏଲାନ କରିଛି।

ଟକ୍କର ଏମିତି ସ୍ତରକୁ ଯାଇଛି, ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାରରେ ହେଲିକପ୍ଟର କମ୍ପାନି ଆଉ ସହଯୋଗ କରୁନାହାନ୍ତି। ତେଣୁ ମମତା କହିଲେଣି ସେ ସାଇକେଲ୍‌ରେ ଯାଇ ପ୍ରଚାର କରିବେ। ସେପଟେ ପଶ୍ଚିମବଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ସିନା ଅବତରଣ କରିପାରିଲାନି, ଆଜି ଯୋଗି ସଡ଼କ ପଥରେ ଯାଇ ପୁରୁଲିଆ ରାଲିରେ ଯୋଗ ଦେଇଛନ୍ତି। ସେପେଟ ପଶ୍ଚିମବଙ୍ଗରେ ଟିଏମ୍‌ସି କର୍ମୀମାନେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ବିରୋଧରେ ରାଲି ଓ ନାରାବାଜି କରିଛନ୍ତି ।

   Related Posts