Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

‘ମା’କୁ ନିର୍ଯ୍ୟାତନା, ମାଟିକୁ ଲୁଟ୍‌, ଲୋକଙ୍କୁ ହତ୍ୟା କରିବାରେ ବିଶ୍ବାସ କରନ୍ତି ଦିଦି’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

12/04/2021 at 3:20 PM

କୋଲକାତା ୧୨/୦୪ : ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଗତ ୪ଟି ପର୍ଯ୍ୟାୟ ମତଦାନରେ ଦିଦିଙ୍କ ପାର୍ଟି ବେଙ୍ଗଲବାସୀଙ୍କ ଆସ୍ଥା ଭାଜନ ହେବାରେ ଅକ୍ଷମ ହୋଇଛି । ପଶ୍ଚିମବଙ୍ଗରେ ଲୋକମାନଙ୍କ ପ୍ରତି ଦିଦିଙ୍କ ତିକ୍ତତା ବଢିଛି । ଟିଏମସି କାର୍ଯ୍ୟକର୍ତ୍ତାମାନଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।

ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି, ‘ଶେଷ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ବିଜେପି ୧୦୦ରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ହେବ । ମା’ କୁ ନିର୍ଯ୍ୟାତନା, ମାଟିକୁ ଲୁଟ୍‌, ଲୋକଙ୍କୁ ହତ୍ୟା କରିବାରେ ବିଶ୍ବାସ କରନ୍ତି ଦିଦି । ନନ୍ଦୀଗ୍ରାମବାସୀ ଦିଦିଙ୍କୁ ଉଚିତ ଜବାବ ଦେଇଛନ୍ତି । ନିର୍ବାଚନ ଫଳାଫଳରେ ତାହା ପ୍ରକାଶ ପାଇବ ।’

ମୋଦି କହିଛନ୍ତି, ‘ସେଣ୍ଟ୍ରାଲ ଫୋର୍ସ ବିରୁଦ୍ଧରେ ବେଙ୍ଗଲବାସୀଙ୍କୁ ଉସକାଉଛନ୍ତି ଦିଦି । କୋଚ୍‌ ବିହାରରେ ଏପ୍ରିଲ ୧୦ ତାରିଖରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ CISF କୁ ଦୋଷ ଦେଉଛନ୍ତି ମମତା ବାନାର୍ଜୀ । ଯାହାକି ଦୁର୍ଭାଗ୍ୟଜନକ । ଏହାଛଡା ବେଙ୍ଗଲରେ ଅନୁସୂଚିତ ଜାତିର ଲୋକଙ୍କୁ ଗାଳି ଦେବାକୁ ପଛାଇ ନାହାନ୍ତି ଦିଦି । ସେମାନଙ୍କୁ ଭିକାରୀ କହିବାକୁ ପଛାଉନାହାନ୍ତି । ଦିଦିଙ୍କ ପାର୍ଟି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ଅପମାନ କରିଛନ୍ତି ।’

ସୂଚନା ଯୋଗ୍ୟ, ଟିଏମସି ନେତ୍ରୀ ସୁଜାତା ମଣ୍ଡଳ ଅନୁସୂଚିତ ଜାତିର ଲୋକମାନଙ୍କୁ ‘ଭିକାରୀ’ର ଆକ୍ଷା ଦେଇଥିଲେ । ଏଭଳି ବୟାନ ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମମତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

   Related Posts