‘ସାହସ ଅଛି ତ ମୋତେ ଗିରଫ କର, ଜେଲରେ ଥାଇ ଜିତିଵି’: ବିଜେପିକୁ ଦିଦି ଦେଲେ ଚ୍ୟାଲେଞ୍ଜ
25/11/2020 at 5:21 PM

କୋଲକାତା ୨୫/୧୧ : ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି। ସେଥିପାଇଁ ଶାସନ ଦଳ ତୃଣମୂଳ କଂଗ୍ରେସ ଓ ବିରୋଧୀ ଦଳ ଏବେ ଠାରୁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲାଣି। ଏହିଭଳି ସ୍ଥିତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ରାଲି ସମ୍ବୋଧିତ କରିଛନ୍ତି। ନିର୍ବାଚନ ରାଲିରେ ମମତା ବାନାର୍ଜୀ ବିଜେପିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ‘ଯଦି ବିଜେପିର ସାହସ ଅଛି ତାହେଲେ ମୋତେ ଗିରଫ କରାନ୍ତୁ। ଜେଲ ରହି ମଧ୍ୟ ତୃଣମୂଳ କଂଗ୍ରେସର ବିଜୟ ସୁନିଶ୍ଚିତ।’
ବାଙ୍କୁଡ଼ା ରାଲିରେ ମମତା ବାନାର୍ଜୀ ବିଜେପି ଉପରେ ଆରୋପ ଲଗାଇ କହିଛନ୍ତି ଯେ ବିଜେପି ଟିଏମସି ବିଧାୟକଙ୍କୁ ଧନ ପ୍ରଲୋଭନ ଦେଖାଉଛନ୍ତି ଯେପରି ବିଧାୟକମାନେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଯିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପି ମିଛ କହୁଛି ଏବଂ ସବୁଠାରୁ ବଡ ଅଭିଶାପ।
ମମତା କାହା ନାଁ ନ ନେଇ ବିଜେପି ଟିଏମସି ବିଧାୟକଙ୍କୁ ଲୋଭ ଦେଖାଉଛି। ଦଳ ବଦଳାଇବାକୁ କହୁଛି। କିଛି ଲୋକ ସଟ୍ଟା ଭଳି କାମ କରୁଛନ୍ତି। ସେମାନେ ଭ୍ରମରେ ଅଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ବିଜୟ ଲାଭ କରିବ ଏବଂ ଶାସନ କରିବ। କରୋନା ମହାମାରୀ ସମୟରେ ମମତାଙ୍କ ଏହା ପ୍ରଥମ ରାଲି।
ମମତା କହିଛନ୍ତି, ଯେବେ ବି ନିର୍ବାଚନ ସମୟ ପାଖେଇ ଆସେ ବିଜେପି ଟିଏମସି ନେତାଙ୍କୁ ଡ଼ରାଇବାକୁ ଷ୍ଟିଙ୍ଗ ଅପରେସନ କିମ୍ବା ସାରଦା ଦୁର୍ନୀତି ପ୍ରସଙ୍ଗ ଉଠାଇଥାନ୍ତି। କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ମୁଁ ବିଜେପି କିମ୍ବା ତାର କୌଣସି ସଂସ୍ଥାକୁ ଭୟ କରେନାହିଁ। ଯଦି ବିଜେପିର ସାହସ ଅଛି ତାହେଲେ ମୋତେ ଗିରଫ କରିକି ଦେଖାଉ। ମୋତେ ଜେଲକୁ ପଠାଇ ଦେଖାଉ। ମୁଁ ଜେଲ ଭିତରୁ ନିର୍ବାଚନ ଲଢ଼ିବି ଏବଂ ଟିଏମସିର ବିଜୟ ମଧ୍ୟ ସୁନିଶ୍ଚିତ କରାଇବି।’