ବିଜେପିକୁ କଡା ଟକ୍କର ଦେବାକୁ କୋଲକାତାରେ ମମତାଙ୍କ ମହାରାଲି ; ୧୯ଟି ଆଞ୍ଚଳିକ ଦଳର ସମର୍ଥନ

Published By : Prameya-News7 Bureau | January 19, 2019 IST

କୋଲକାତା ୧୯|୧: ଆସନ୍ତା ୨୦୧୯ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା ପାଇଁ ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମହା ରାଲି। ଗୋଟିଏ ମଞ୍ଚରେ ପୁଣି ଏକାଠି ହେବେ ସବୁ ଅଣଏନଡିଏ ଦଳ। ବିଜେପିକୁ କ୍ଷମତାଚ୍ୟୁତ କରିବା  ଲାଗି ସବୁ ବିରୋଧୀ ଦଳଗୁଡିକୁ ଏକଜୁଟ କରି ଲଢେଇକୁ ଜୋରଦାର କରିବା  ଆଜିର ରାଲିର ଲକ୍ଷ୍ୟ। ରାଲିକୁ ୧୯ଟି ଆଞ୍ଚଳିକ ଦଳ ସମର୍ଥନ ଜଣ ାଇଛନ୍ତି।      କଂଗ୍ରେସ ମଧ୍ୟ ରାଲିକୁ ସମର୍ଥନ ଜଣାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟିଏମସି ସୁପ୍ରିମୋ ମମତା ବାନାର୍ଜିଙ୍କୁ ଦିଦି ବୋଲି ସମ୍ବୋଧନ କରି ବିଜେପି ବିରୋଧୀ ଲଢେଇରେ ନୈତିକ ସମର୍ଥନ ଜଣାଇଛନ୍ତି। ଆଜିର ରାଲିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗ ଦେଉନାହାନ୍ତି।

ରାଲିରେ ସାମିଲ ହେବାପାଇଁ ଗତକାଲିଠୁ କୋଲକାତାକୁ ବହୁ ଦଳର ତୁଙ୍ଗନେତା  ପହଞ୍ଚିଛନ୍ତି।   କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ  ଡି କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ,ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ,ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା,ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ,କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଗଭି, ଏନସିପିର ପ୍ରଫୁଲ୍ଲ ପଟେଲ, ବିଏସପି ସୁପ୍ରିମୋ ମାୟାବତିଙ୍କ ପ୍ରତିନିଧି ସତୀଶ ଚନ୍ଦ୍ର, ହାର୍ଦିକ ପଟେଲ,ଜିଗନେସ ମେଭାନି, ଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ , ମୋଦିଙ୍କ ବିରୋଧୀଭାବେ ଜଣାଶୁଣା ବିଜେପି ନେତା ଶତ୍ରୁଘ୍ନ ସିହ୍ନା,ଅରୁଣ ସୌରି  କୋଲକାତାରେ ପହଞ୍ଚିଛନ୍ତି ଏହି ମହାମେଣ୍ଟରେ ସାମିଲ ହେଉନି ବିଜେଡି ଓ ଟିଆରଏସ।

ମୋଦି ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଆସୁଥିବା ବାମପନ୍ଥି ଦଳଗୁଡକ ବିଜେପି ବିରୋଧରେ ମହାରାଲିରେ ସାମିଲ ହେଉନାହାଁନ୍ତି। ସେପଟେ ବିରୋଧୀଙ୍କ ମହାମେଣ୍ଟକୁ ସମାଲୋଚନା କରିଛି ବିଜେପି। ବିରୋଧୀ ମହାମେଣ୍ଟକୁ ସର୍କସ ବୋଲି କହିଛି ବିଜେପି। ରାଲିରେ ସାମିଲ ହୋଇଥିବା ସବୁ ନେତାଙ୍କୁ ସେମାନଙ୍କର ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।ଏମାନେ କେବଳ ଶିରୋନାମାରେ ରହିବାପାଇଁ କୋଲକାତାକୁ ଆସିଛନ୍ତି ବୋଲି ବିଜେପି କଟାକ୍ଷ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.