Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ସିବିଆଇ ପ୍ରସଙ୍ଗ : ନବୀନଙ୍କ ସମର୍ଥନ ଲୋଡିଲେ ମମତା

5/02/2019 at 12:24 PM

ନୂଆଦିଲ୍ଲୀ ୫|୧: ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦକୁ ନେଇ ଚାଲିଥିବା ଆନ୍ଦୋଳନରେ ନବୀନଙ୍କ ସମର୍ଥନ ଲୋଡିବେ ବୋଲି କହିଲେ ମମତା ବାନାର୍ଜୀ । ମମତା କହିଛନ୍ତି ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ତେବେ ଗତକାଲି ସାଂସଦ ଭର୍ତ୍ତୃହରି ମହତାବ ସିବିଆଇର ଅପବ୍ୟବହାରକୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଥିଲେ । ଓଡିଶାରେ ମଧ୍ୟ ଶାସକ ଦଳର ନେତାଙ୍କୁ ସିବିଆଇ ସମନ ଜାରି କରିଥିବା ଯୋଗୁଁ ଭର୍ତ୍ତୃହରିଙ୍କ ବକ୍ତବ୍ୟ ଗୁରୁତ୍ବ ରଖୁଛି । ତେବେ ଦଳର ମୁଖପାତ୍ର ସସ୍ମିତ ପାତ୍ର ମମତାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କି ବିରୋଧର କୌଣସି ସୂଚନା ନଦେଇ କେବଳ ସଂଘୀୟ ବ୍ୟବସ୍ଥାର ଗରିମା ନଷ୍ଟ ନହେଉ ବୋଲି କହିଥିଲେ । ମମତାଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ନବୀନ ପଟ୍ଟନାୟକ ନିଶ୍ଚୟ ଧର୍ମ ସଙ୍କଟର ସମ୍ମୁଖୀନ ହେବେ ।

   Related Posts