ନୀଳ ହେଲମେଟ୍ ପିନ୍ଧି ସ୍କୁଟର୍ ଚଳାଇବାକୁ ଚେଷ୍ଟା କରୁଥିଲେ ଦିଦି: ପଡୁ ପଡୁ ରହିଗେଲେ
25/02/2021 at 6:54 PM

କୋଲକାତା ୨୫/୦୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମଇଦାନ ସରଗରମ ରହିଛି। ସବୁ ଦଳ ନିଜ ଦମ୍ ଦେଖାଇବାକୁ ଅଣ୍ଟା ଭିଡିଛନ୍ତି। ଚାରିଆଡେ ବୟାନବାଜି ଲାଗି ରହିଛି। ବିଜେପିର ପରିବର୍ତ୍ତନ ଯାତ୍ରାକୁ ନେଇ ମଧ୍ୟ ପ୍ରତିଦିନ କିଛି ନା କିଛି ସାମ୍ନାକୁ ଆସିଥାଏ।
ବିଜେପିକୁ ନେଇ ମମତା ଦିଦିଙ୍କ ବୟାନ ମଧ୍ୟ ଜାରି ରହିଛି। ବର୍ତ୍ତମାନ ଦିଦିଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦିଦି ନୀଳ ରଙ୍ଗର ହେଲମେଟ ପିନ୍ଧି ଇଲେକ୍ଟ୍ରିକ ସ୍କୁଟର ଚଳାଇବାକୁ ଚେଷ୍ଟା କରୁଛନ୍ତି। ଚଳାଇବାକୁ ଚେଷ୍ଟା କଲାବେଳେ ଥରେ ସେ ପଡୁ ପଡୁ ଅଳ୍ପକେ ରହିଗଲେ। ତାଙ୍କ ପାଖରେ ଉପସ୍ଥିତ ଥିବା ନେତା ଓ ତାଙ୍କ ସହଯୋଗୀ ତାଙ୍କୁ ରକ୍ଷା କରିଥିଲେ ଏବଂ ସ୍କୁଟରକୁ ନିୟନ୍ତ୍ରଣ କରିଥିଲେ। ଯାହାଫଳରେ ଦିଦି ପଡିନଥିଲେ।
ଦିଦିଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଭିଡିଓ ଦେଖି ଲୋକେ ବି ନାନା ପ୍ରତିକ୍ରିୟା ରଖୁଛନ୍ତି।