Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

୨୦୨୪ ପାଇଁ ଦିଦିଙ୍କ ପ୍ରସ୍ତୁତି ? ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ବିରୋଧୀ ନେତାଙ୍କୁ ନେଇ କରିବେ ବୈଠକ

25/07/2021 at 7:14 PM

କୋଲକାତା ୨୫/୭: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ୨୬ରୁ ୩୦ ଜୁଲାଇ ଦିଲ୍ଲୀରେ ରହିବେ । ଏହି ସମୟରେ ମମତା ଦିଲ୍ଲୀ​‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଏହା ସହ ସେହିଦିନ ବିରୋଧୀ ଦଳଙ୍କ ବରିଷ୍ଠ ନେତାଙ୍କ ସହ ବୈଠକ ମଧ୍ୟ କରିବେ ଦିଦି। ଏହି ବୈଠକକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦିଦି  ୨୦୨୪ ପାଇଁ ଆଣ୍ଟି ବିଜେପି ଫ୍ରଣ୍ଟ ତିଆରି କରିବେ କି ବୋଲି ପ୍ରଶ୍ନ ଉପୁଜିଛି ।

ଟିଏମସିର ବରିଷ୍ଠ ନେତାଙ୍କ ଅନୁସାରେ, ଦିଲ୍ଲୀ ଗସ୍ତରେ ମମତା ବାନାର୍ଜୀ ବଙ୍ଗା ଭବନରେ ବିରୋଧୀ ଦଳଗୁଡ଼ିକର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବେ ଆଉ ସେଥିପାଇଁ ସେ ନିମନ୍ତ୍ରଣ ମଧ୍ୟ କରିସାରିଛନ୍ତି। ଏବେ ବୈଠକକୁ ୨୮ ଜୁଲାଇ ଅପରାହ୍ଣ ୩ଟାରେ ରଖାଯାଇଛି। ଏହା ପୂର୍ବରୁ ସେହି ଦିନ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ବେଙ୍ଗଲ ମୁଖ୍ୟମନ୍ତ୍ରୀ ୨୧ ଜୁଲାଇରେ କରିଥିବା ବୈଠକରେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଏବଂ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ବିରୋଧୀ ଦଳ ନେତାଙ୍କୁ ନେଇ ଏକ ବୈଠକ ଆୟୋଜନ କରିବାକୁ କହିଥିଲେ। ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ, ଏବେ ଟିଏମସି ଏହି ବୈଠକ ଆୟୋଜନ ପାଇଁ ଦାୟିତ୍ବ ନେଇଛି। ସେପଟେ ୨୧ ଜୁଲାଇର ମିଟିଂ ପରେ ପରେ ଦିଲ୍ଲୀରେ ପହଞ୍ଚିଥିବା ଟିଏମସି ସାଧାରଣ ସମ୍ପାଦକ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ  ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ବିରୋଧୀ ନେତାଙ୍କୁ ଏକାଠି କରିବାକୁ ନେଇ ପ୍ରସ୍ତୁତି କରୁଛନ୍ତି।

ଏହା ସହ ବୈଠକ ନେଇ ସମସ୍ତ ପ୍ରକ୍ରିୟା ପୂରା ହୋଇଥିବା ଦଳର ଜଣେ ନେତା କହିଛନ୍ତି। ଏହା ପୂର୍ବରୁ ୨୧ ଜୁଲାଇର ଭର୍ଚୁଆଲ ବୈଠକରେ ଶରଦ ପାଓ୍ବାର ଏବଂ ଚିଦାମ୍ବରମଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ, କଂଗ୍ରେସର ଦିଗବିଜୟ ସିଂହ, ସପାର ରାମଗୋପାଳ ଯାଦବ ଏବଂ ଜୟା ବଚ୍ଚନ, ଡିଏମକେରୁ ତିରୁଚି ଶିବା, ଟିଆରଏସ୍‌ରୁ କେଶବ ରାଓ, ଆରଜେଡିରୁ ମନୋଜ ଝା, ଶିବସେନାରୁ ପ୍ରିୟଙ୍କା ଚତୁର୍ବେଦୀ ଏବଂ ଶିରୋମଣୀ ଅକାଳି ଦଳରୁ ବଲବିନ୍ଦର ସିଂହ ଭୁଣ୍ଡର ସାମିଲ ହୋଇଥିଲେ।  

   Related Posts