କୋଲକାତାରେ ମମତାଙ୍କ ମେଗାରାଲି : ମୋଦିଙ୍କୁ ହିଟଲର କହିଲେ ବିରୋଧୀ, ମମତାଙ୍କ ଯୁକ୍ତି ସରକାର ବଦଳାଇବାର ସମୟ ଆସିଛି

Published By : Prameya-News7 Bureau | January 19, 2019 IST

କୋଲକାତା୧୯|୧: କୋଲକାତାରେ ମମତାଙ୍କ ମେଗାରାଲି । ମୋଦି ବିରୋଧୀଙ୍କ ଏହି ରାଲିରେ ଏକାଠି ହୋଇଥିଲେ ଦେଶର ବହୁ ବଡବଡ ନେତା । ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ଚେକ୍‌ ଦେବାକୁ ନେଇଥିଲେ ଶପଥ । ରାଲିଙ୍କୁ କଂଗ୍ରେସ ସମେତ ୧୯ ଆଞ୍ଚିଳକ ଦଳ ସମର୍ଥନ କରିଥିଲେ ବି କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧି କିମ୍ବା ସୋନିଆ ଯୋଗଦେଇ ନଥିଲେ ।ତେବେ ସମ ଦୂରତ୍ବ କଥା କହି ରାଲିରେ ବିଜେଡି ସାମିଲ ହୋଇନଥିଲେ ବି ଦେଶର ରାଜନୈତିକ ପାଣିପାଗ ଉପରେ ରଖିଛି ନଜର । … 

{"id":75837}

ବିରୋଧୀଙ୍କ ମହା ମେଳି । କୋଲକାତାରେ ଗୋଟିଏ ମଞ୍ଚରେ ଏକାଠି ହେଲେ ମୋଦି ବିରୋଧୀ । ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରକୁ ଗାଦିରୁ ହଟାଇବା ପାଇଁ ଏକାଠି ହୋଇଛନ୍ତି  କଂଗ୍ରେସ ସମେତ ୧୯ଟି ଆଞ୍ଚଳିକ ଦଳର ନେତା । ଯାହାର ନେତୃତ୍ବ ନେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

{"id":75841}

ଏ ହେଉଛି ସେହି ବିରାଟ ଜନସଭାର ଦୃଶ୍ୟ । ଗୋଟିଏ ମଞ୍ଚରେ ମୋଦି ସରକାର ବିରୋଧରେ ଏକାଠି ହୋଇ ହାତରେ ହାତରେ ମିଶାଇଛନ୍ତି ମମତା, ଅଖିଳେଶ, ତେଜସ୍ବୀ ଯାଦବ, ଚନ୍ଦ୍ରବାବୁ ନାଇ,ଡୁ ଷ୍ଟାଲିନ୍‌, ଅରବିନ୍ଦ କେଜ୍ରିୱାଲ୍‌, ଶରଦ ପାୱାର, ଶରଦ ଯାଦବ, ଫାରୁକ୍‌ ଅବଦୁଲା, ମଲ୍ଲିକାର୍ଜୁନ୍‌ ଖଡଗେ, ଅଭିଷେକ ମନୁ ସଂଘଭୀ, ଶତ୍ରୁଘ୍ନ ସିହ୍ନା, ଅରୁଣ ସୌରୀ, ଯଶବନ୍ତ ସିହ୍ନା, ହେମନ୍ତ ସୋରେନ୍‌, ହାର୍ଦିକ ପଟେଲ, ଜିଗ୍ନେଶ ମେବାନୀଙ୍କ ଭଳି ବଡବଡ ନେତା । ମୋଦିଙ୍କ ବିରୋଧରେ ଖୁବ୍‌ ବର୍ଷିଥିଲେ ।  

{"id":75838}

ମୋଦିଙ୍କୁ ହିଟଲର ସହ ତୁଳନା କରିଥିଲେ ଅରବିନ୍ଦ କେଜ୍ରିୱାଲ୍‌ । ମୋଦି ଓ ଅମିତ୍‌ ଶାହା ଯୋଡି ଦେଶକୁ ବରବାଦ କରିଦେବେ , ଏମାନେ ଦେଶ ପାଇଁ ବିପଦ ବୋଲି କହିଥିଲେ । ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ନିର୍ବାଚନ ବେଳେ ମୋଦି ଇଡି ଏବଂ ସିବିଆଇ ସହ ଗଠବନ୍ଧନ କରିଛନ୍ତି । ଆରଜେଡି ନେତା ତେଜସ୍ବୀ ଯାଦବ କହିଥିଲେ ଚୌକିଦାର ଜାଣି ରଖିବା ଉଚିତ୍‌ ଦେଶର ଜନତା ହେଉଛି ଥାନେଦାର ।

{"id":75839}

ମହା ମେଳିକୁ କଂଗ୍ରେସ ସମର୍ଥନ କରିଥିଲା । କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡଗେ ଓ ଅଭିଷେକ ମନୁ ସଂଘଭୀ ଯୋଗ ଦେଇଥିବା ବେଳେ କିନ୍ତୁ ଯୋଗଦେଇନଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କିମ୍ବା ସୋନିଆ । ତେବେ ରାଲିରେ ମୋଦିଙ୍କ ସମାଲୋଚକ କୁହାଯାଉଥିବା ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଯୋଗଦେଇ ମୋଦି ସରକାର ସମାଲୋଚନ କରିଥିଲେ । କହିଥିଲେ ସତ କହିବା ଯଦି ବଗାୱତ୍‌ ତେବେ ସେ ବାଗି । ସେହିଭଳି ମହାରାଲିର ନେତୃତ୍ବ ନେଇଥିବା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ମୋଦି ସରକାରକୁ ବଦଳାଇବାର ସମୟ ଆସିଛି ।

{"id":75842}

ସେପେଟେ ଏହି ମହାରାଲିକୁ ବିଜେପି କରିଛି ସମାଲୋଚନା । କହିଛି ମୋଦିଙ୍କ ଡରରେ ସବୁ ବିରୋଧୀ ଏକାଠି ହୋଇଛନ୍ତି । ବିରୋଧୀ ଯେତେ ଯୋର ଲଗାଇଲେ ବି ମୋଦି ୨୦୧୯ ରେ ପୁଣି ଆସିବେ ଓ ବିଜେପି ସରକାର ଗଢିବ । ସେପଟେ ସମଦୂରତା କଥା କହି ରାଲିରେ ସାମିଲ ହୋଇନଥିବା ବିଜେଡି ଦେଶର ରାଜନୈତିକ ଗତିବିଧି ଉପରେ ନଜର ରଖିଛି ।

{"id":75840}

ଏହି ସମାବେଶରେ ଲକ୍ଷଲକ୍ଷ ସମର୍ଥକ ଯୋଗ ଦେଇଥିଲେ । ବିଜେପି ଯେତେ ମୁହଁ ଟାଣ ଦେଖାଉଥିଲେ ବି ବିରୋଧୀଙ୍କ ଏହି ମାହମେଳି ୨୦୧୯ ନିର୍ବାଚନ ବୈତରଣୀ ପାର କରିବାକୁ ମୋଦି ଓ ଅମିତ୍‌ ଶାହାଙ୍କ ପାଇଁ ଯେ ବେଶ କାଠିକର ପାଠ ହେବ ତାହା ଜଣାପଡୁଛି । ସେପଟେ ନିର୍ବାଚନ ବେଳକୁ ଏହି ମହାମେଳି କେତେ ଫଳପ୍ରଦ ହେବ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

{"id":75843}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.