Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୁତୁରା ବୋହୂକୁ ସିବିଆଇ ନୋଟିସ୍‌ ମିଳିବା ପରେ ମମତା ବାନାର୍ଜୀ ଖପ୍ପା, କହିଲେ- ମୂଷା ସହ ଲଢ଼ିବାକୁ ଭୟ କରୁନାହୁଁ

21/02/2021 at 9:53 PM

କୋଲକାତା ୨୧/୦୨: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଜାରି ରହିଛି ହାଇଡ୍ରାମା।  ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଫେରିଛି ସିବିଆଇ ଭୂତ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ସ୍ତ୍ରୀ ଏବଂ ଶାଳୀଙ୍କୁ ସିବିଆଇ ସମନ ଜାରି କରିଛି। ଏହା ପରେ ଦିଦିଙ୍କ ରିଏକ୍ସନ ମିଳିଛି। ଯେପର୍ଯ୍ୟନ୍ତ ଜୀବନ ଅଛି ସେ କାହାକୁ ଡିରିବେ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି। ଏହା ସହ ସେ କହିଛନ୍ତି, ‘ଆମକୁ ଜେଲ୍‌ ଭୟ ଦେଖାନ୍ତୁ ନାହିଁ। ଆମେ ବନ୍ଧୁକର ସାମ୍ନା କରିଛୁ ଏବଂ ମୂଷା ସହ ଲଢ଼େଇରେ ଡରିବୁ ନାହିଁ।’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୧ରେ ଏକ ଖେଳ ହେବାକୁ ଯାଉଛି ଏବଂ ଏହି ମ୍ୟାଚ୍‌ରେ ଗୋଲକିପର ମୁଁ ହେବି, ଦେଖିବି କିଏ ଜିତୁଛି ଆଉ କିଏ ହାରୁଛି। ତେବେ ବେଙ୍ଗଲରେ ନିର୍ବଚନ ହେବାକୁ ଯାଉଥିବା ବେଳେ ସିବିଆଇ ଫେରିଛି । ଅଭିଷେକଙ୍କୁ ସମନ ଜାରି କରିଥିବା ବେଳେ ଇଷ୍ଟର୍ଣ୍ଣ କୋଲଫିଲ୍ଡରୁ କୋଇଲା ଚୋରି ମାମଲାରେ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ବି ହାଜର ହେବାକୁ ନୋଟିସ ଜାରି କରିଛି ସିବିଆଇ।

ଅଭିଷେକ ଟ୍ବିଟ୍‌ କରି ଲେଖିଥିଲେ, ‘ଆଜି ଦ୍ବିପ୍ରହରରେ ଦୁଇଟା ବେଳେ ସିବିଆଇ ମୋ ପତ୍ନୀଙ୍କ ନାଁରେ ନୋଟିସ କରିଛି। ଦେଶର ଆଇନ ବ୍ୟବସ୍ଥା ଉପରେ ପୁରା ଭରସା ରହିଛି। କିନ୍ତୁ ସେମାନେ ଯଦି ଆମକୁ ଡରାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଭାବୁଛନ୍ତି ତେବେ ସେମାନେ ଭୁଲ କରୁଛନ୍ତି। ଆମେ ଡରିଯିବା ଲୋକ ନୁହେଁ।’

ସିବିଆଇର ନୋଟିସ ପରେ ବେଙ୍ଗଲରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଟିଏମସି  କେନ୍ଦ୍ରରେ ଶାସନରେ ଥିବା ବିଜେପିକୁ ଜୋରଦାର ଟାର୍ଗେଟ କରିଛି। କେନ୍ଦ୍ରର ଏକମାତ୍ର ସହଯୋଗୀ ସିବିଆଇ ବୋଲି କହିଛି ଟିଏମସି। ଅନ୍ୟପଟେ ବିଜେପି ମଧ୍ୟ ଟାର୍ଗେଟ କରିବାକୁ ଭୁଲି ନାହିଁ। ବିଜେପି ଅନୁସାରେ ଟିଏମସି ମାମଲାକୁ ରାଜନୀତି ରଙ୍ଗ ଦେବାକୁ ଚେଷ୍ଟା କରୁଛି କିନ୍ତୁ ଆଇନ ତା ବାଟରେ ଯିବ।

   Related Posts