ଦିଦିଙ୍କ ଜବାବ ନାହିଁ: ସଧାରଣ ଲୋକଙ୍କ ଭଳି ଧାଡ଼ିରେ ଛିଡ଼ା ହେଲେ, ନେଲେ ‘ସ୍ମାସ୍ଥ୍ୟ ସାଥି’ କାର୍ଡ

Published By : Prameya-News7 Bureau | January 05, 2021 IST

କୋଲକାତା ୦୫/୦୧: ସବୁ ବେଳେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେତେବେଳେ ବିବାଦୀୟ ବୟାନ ପାଇଁ ତ କେତେବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହିଆସିଛନ୍ତି ଦିଦି। କିନ୍ତୁ ସାଧାରଣ ଲୋକଟିଏ ପରି ମଧ୍ୟ ଜନତାଙ୍କ ଦୁଃଖ ବୁଝୁଛନ୍ତି ମମତା। ‘ଆଙ୍ଗ୍ରି ଓମେନ୍‌’ ଭାବେ ପରିଚିତ ମମତା ବାନାର୍ଜୀ ସଧାରଣ ମହିଳାଙ୍କ ପରି ଲୋକଙ୍କ ସହ ଧାଡ଼ିରେ ଛିଡ଼ା ହୋଇ ହକ୍‌ ମାଗିଛନ୍ତି।  

ସାଧରଣ ଲୋକଙ୍କ ଗହଣରେ ହାତ ପାତି ନିଜ ହକ ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ମହାନଗର ନିଗମ ପକ୍ଷରୁ ‘ସ୍ବାସ୍ଥ୍ୟ ସାଥି’ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ମଙ୍ଗଳବାର କାଳିଘାଟରେ ହୋଇଥିବା ଏକ କାର୍ଡ ବଣ୍ଟନ କେନ୍ଦ୍ରରେ ପହଞ୍ଚି ସାଧାରଣ ଲୋକଙ୍କ ସହିତ ଧାଡ଼ି​‌ରେ ଛିଡ଼ା ହୋଇ ‘ସ୍ବାସ୍ଥ୍ୟ ସାଥି’ କାର୍ଡ ନେଇଛନ୍ତି ମମତା ବାନାର୍ଜୀ।

{"id":387459,"sizeSlug":"large","linkDestination":"none"}

ମଙ୍ଗଳବାର ସକାଳ ୧୧.୪୫ରେ ମମତା ବାନାର୍ଜୀ ନିଜ ବାସଭବନରୁ ଅନ୍ୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ମିଶି ଜୟ ହୀନ୍ଦ ଭବନରେ ପହଞ୍ଚିଥିଲେ। ସେଠରେ ଲୋକଙ୍କ ସହ ଧାଡ଼ି କରି କେନ୍ଦ୍ରରୁ କାର୍ଡ ସଂଗ୍ରହ କରିଥିବା ଜଣାପଡ଼ିଛି। ଏହି ସମୟରେ ତାଙ୍କ ସହ ତାଙ୍କର ସୁରକ୍ଷା କର୍ମୀ ମଧ୍ୟ ସାଥିରେ ଥିବା ଦେଖିବାକୁ ମିଳିଛି।

ମୁଖ୍ୟ ଶାସନ ସଚିବ ଆଲପନ ବନ୍ଦୋପାଦ୍ଧାୟଙ୍କ କହିବା ଅନୁଯାୟୀ, ସାଧାରଣ ଲୋକଙ୍କ ସହିତ ଲାଇନ୍‌ରେ ଛିଡ଼ା  ହୋଇ ନିଜ ପାଇଁ ସ୍ବାସ୍ଥ୍ୟ ସାଥି କାର୍ଡ ସଂଗ୍ରହ କରିଛନ୍ତି ମମତା ବାନାର୍ଜୀ। ତେବେ ଏହି କାର୍ଡ ରାଜ୍ୟର କୋଟି କୋଟି ଲୋକଙ୍କ ହିତ ପାଇଁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଧାଡ଼ି​‌ରେ ଛିଡ଼ା ହୋଇ ନିଜର କାର୍ଡ ସଂଗ୍ରହ କରିଛନ୍ତି ବୋଲି ସେ କହିଛନ୍ତି।

{"id":387460,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗର ସ୍ବାସ୍ଥ୍ୟ ମନ୍ତ୍ରୀ । ଅନ୍ୟ ମନ୍ତ୍ରୀମାନଙ୍କୁ ସ୍ବାସ୍ଥ୍ୟ ସାଥି କାର୍ଡ ଯୋଜନାରେ ସାମିଲ ହେବା ସହ ଲୋକଙ୍କୁ ସଚେତନ କରିବାକୁ ଅପିଲ କରିଛନ୍ତି ଦିଦି। ଅନ୍ୟପଟେ ଦିଦିଙ୍କ ଏଭଳି କାର୍ଯ୍ୟରେ ରାଜନୀତି ସରଗରମ ହୋଇଛି। ବିରୋଧୀ ବିଜେପି ଏହାକୁ ଏକ ଡ୍ରାମା ବୋଲି କହିଛି। ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି ଏହା ମମତା ବାନାର୍ଜୀଙ୍କ ଏକ ସୁଚିନ୍ତିତ ଡ୍ରାମା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.