Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୨-୩ ଦିନ ଲାଗି ଦିଲ୍ଲୀ ଯିବେ ମମତା ବାନାର୍ଜୀ, ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ, ପେଗାସସ୍‌କୁ କହିଲେ ‘ସୁପର ଏମାର୍ଜେନ୍ସୀ’

22/07/2021 at 7:29 PM

କୋଲକାତା ୨୨।୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨-୩ ଦିନ ଲାଗି ଦିଲ୍ଲୀ ଯିବେ ବୋଲି ଗୁରୁବାର ଗଣମାଧ୍ୟମଙ୍କୁ ସୂଚିତ କରିଛନ୍ତି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ତାଙ୍କର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ଓ  ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ମିଳିସାରିଥିବା ସେ କହିଛନ୍ତି। ଏହି ଗସ୍ତକାଳରେ ତାଙ୍କୁ ଭେଟିବା ଲାଗି ଅନ୍ୟ ରାଜନୈତିକ ନେତୃବୃନ୍ଦଙ୍କ ଅନୁରୋଧ ମିଳିଛି। ତେବେ ସେମାନଙ୍କୁ ଭେଟିବା ଲାଗି ସମୟ ବାହାର କରିବେ ବୋଲି ମମତା କହିଛନ୍ତି।

କୋଲକାତା ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଦେଶର ସମସ୍ତ ନିରପେକ୍ଷ ସଂସ୍ଥାଙ୍କୁ ବିଜେପି ରାଜନୀତିକରଣ କରିସାରିଥିବାର ମମତା ଅଭିଯୋଗ କରିଛନ୍ତି। ଏଥିରେ ପେଗାସସ୍ ସ୍ପାଏୱେର ଅତୀତରେ ଆମେରିକାର ୱାଟରଗେଟ୍ ସ୍କାଣ୍ଡାଲକୁ ମଧ୍ୟ ବଳି ଯାଇଥିବାର କହିଥିବା ବେଳେ ଏହାକୁ ଏକ ସୁପର ଏମାର୍ଜେନ୍ସୀ ପରିସ୍ଥିତି ବୋଲି ମମତା କହିଛନ୍ତି।   

ବିଜେପି ନେତୃତ୍ୱ ନିଜ ନେତା,ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ମଧ୍ୟ ବିଶ୍ୱାସ କରୁନଥିବା ଏଥିରୁ ପ୍ରମାଣିତ ହେଉଛି। ଏହାବି ଶୁଣିବାକୁ ମିଳୁଛି କୁଆଡେ ଆରଏସଏସ ଲୋକଙ୍କ ଫୋନ ମଧ୍ୟ ଟ୍ୟାପିଂ ହେଉଛି। ତେବେ ମମତାଙ୍କ ଗସ୍ତକୁ ନେଇ ଅନେକ କିଛି ଆକଳନ କରାଯାଉଥିଲେ ମଧ୍ୟ ସେ ସମ୍ପର୍କରେ ସେ ସ୍ପଷ୍ଟ ଭାବେ କିଛି କହୁ ନାହାନ୍ତି। ଆଗକୁ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପିକୁ ଶାସନରୁ ନ ହଟାଇବା ପର୍ଯ୍ୟନ୍ତ ଖେଲା ହୋବେ ବୋଲି ମମତା ବୁଧବାର ଶହିଦ ଦିବସ ପାଳନ ଅବସରରେ ଘୋଷଣା କରିଥିଲେ।

   Related Posts