ରାଲିରେ ଦମ୍ଭୋକ୍ତି ଭରିଲେ ମମତା ବାନାର୍ଜୀ, କହିଲେ- ମୁଁ ଗୋଟିଏ ଗୋଡରେ ବଙ୍ଗାଲ ଜିତିଯିବି, ଆଉ ଦୁଇ ଗୋଡରେ...

Published By : Prameya-News7 Bureau | April 05, 2021 IST

କୋଲକାତା ୦୫।୦୪: ପଶ୍ଚିମବଙ୍ଗରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଗୁଳିର ଦେବବନ୍ଦପୁରରେ ନିର୍ବାଚନୀ ରାଲି କରିଛନ୍ତି। ସେ କହିଛନ୍ତି ମୁଁ ରୟାଲ ବେଙ୍ଗଲ ଟାଇଗର। ନିଜ ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି। ନିର୍ବାଚନ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି, ମୁଁ ଗୋଟିଏ ଗୋଡରେ ପଶ୍ଚିମବଙ୍ଗ ଜିତି ନେବି ଏବଂ ଭବିଷ୍ୟତରେ ଦୁଇ ଗୋଡରେ ଦିଲ୍ଲୀ ଜିତିଯିବି।

ତୂଣମୂଳ କଂଗ୍ରେସ ସୁପ୍ରିମୋ କହିଛନ୍ତି, ବିଜେପିକୁ ନିର୍ବାଚନ ଲଢିବା ପାଇଁ ସ୍ଥାନୀୟ ପ୍ରାର୍ଥୀ ମିଳୁନାହାନ୍ତି। ଆମଦାନୀ ନେତାଙ୍କୁ ଦଳ ପ୍ରାର୍ଥୀ କରୁଛି। ସେମାନଙ୍କର ସମସ୍ତ ପ୍ରାର୍ଥୀ ତୃଣମୂଳ କଂଗ୍ରେସର କିମ୍ବା ଲେଫ୍ଟରୁ  ଯାଇ ବିଜେପିରେ ମିଶିଥିବା ଲୋକ। ସେ କହିଛନ୍ତି, ଯେଉଁ ଲୋକେ ଠିକ୍‌ରେ ସୋନାର  ବଙ୍ଗଲା କହି ପାରୁ ନାହାନ୍ତି, ସେମାନେ ବଙ୍ଗାଲ ଉପରେ ଶାସନ କରି ପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ମତଦାତାଙ୍କୁ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟୀ କରାଇବାକୁ ଅପିଲ୍ କରିଛନ୍ତି। ଟିଏମସିକୁ ବିପୁଳ ବିଜୟ ନମିଳିଲେ ବିଜେପି ଘୋଡା ବେପାର କରି ରାଜ୍ୟରେ ସରକାର ଗଠନ କରିନେବ ବୋଲି ମମତା କହିଛନ୍ତି।

ମମତା କହିଛନ୍ତି, ନନ୍ଦିଗ୍ରାମରେ ମୁଁ ଜିତୁଛି। କିନ୍ତୁ ଏହି ନିର୍ବାଚନ ମୋ ପାଇଁ ନୁହେଁ। ଆପଣଙ୍କୁ ଟିଏମସିକୁ ୨୦୦ରୁ ଅଧିକ ଆସନରେ ଜିତାଇବା ସୁନିଶ୍ଚିତ କରିବାକୁ ପଡିବ ନଚେତ୍ ବିଜେପି ଧନବଳର ଦୁରୁପଯୋଗ କରି ସରକାର ହାତେଇ ନେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.