Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମମତା ବାନାର୍ଜୀ କହିଲେ ପଶ୍ଚିମବଙ୍ଗରେ ହୋଇସାରିଲାଣି କରୋନା ଗୋଷ୍ଠୀ ସଂକ୍ରମଣ, ପବନରେ ବ୍ୟାପୁଛି ଭୂତାଣୁ

12/10/2020 at 5:04 PM

କୋଲକାତା ୧୨।୧୦: ରାଜ୍ୟରେ କରୋନାର ଏବେ ଗୋଷ୍ଠୀ  ସଂକ୍ରମଣ ହେଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏହା କହିଛନ୍ତି। କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବାର ପ୍ରମାଣ ମଧ୍ୟ ଆମେ ପାଇଥିବା ସେ ଦାବି କରିଛନ୍ତି। ରାଜ୍ୟରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ଏବେ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି।

ରବିବାର ପଶ୍ଚିମବଙ୍ଗରେ ୩ହଜାର ୬୧୨ ନୂଆ କୋଭିଡ-୧୯ ମାମଲା ପୁଷ୍ଟି ହୋଇଛି। ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣର ଏହା ପ୍ରଥମ ଘଟଣା। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୪ ହଜାର ୮୦୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ୬୨୨ରେ ପହଞ୍ଚିଛି।

ରାଜ୍ୟରେ ଏପରି କେତେକ ମାମଲାରୁ ସଂକ୍ରମଣ ଏବେ ବାୟୁରେ ବ୍ୟାପୁଥିବାର ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ଛଡା ଇତିମଧ୍ୟରେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବାର ମଧ୍ୟ ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିବା ଆସନ୍ତା ପୂଜା ଆୟୋଜନକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନରେ ଗତ ୨୪ ଘଣ୍ଟା ଅର୍ଥାତ ରବିବାର ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଶନିବାର ରାଜ୍ୟରେ ୩ ହଜାର ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ରାଜ୍ୟରେ ସୁସ୍ଥତା ହାର ୮୭.୮୪କୁ ପହଞ୍ଚିଛି। ରାଜ୍ୟରେ ଏବେବି ୩୦ ହଜାର ୨୩୬ ଆକ୍ଟିଭ୍ କେସ୍ ଥିବା ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନାରୁ ଜଣାପଡିଛି।     

   Related Posts