Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନରେ ଟିକାକରଣ ପ୍ରମାଣପତ୍ରରେ ଏବେ ଦେଖିବାକୁ ମିଳିବ ଦିଦିଙ୍କ ଫଟୋ

4/06/2021 at 7:55 PM

କୋଲକାତା ୪/୬: କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତୁତୁ ମେଁମେଁ ଜାରି ରହିଛି। ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ବିଳମ୍ବରେ ପହଞ୍ଚିବା ଏବଂ ଶୀଘ୍ର ପଳାଇବା ପରେ ଏହା ସ୍ପଷ୍ଟ ହୋଇଥିଲା। ଏବେ ପୁଣି ମମତା ବାନାର୍ଜୀ ଆଉ ଏକ କାରନାମା କରି କେନ୍ଦ୍ର ତଥା ପ୍ରଧାନମନ୍ତ୍ରୀଙ୍କ ସହ ନିଜର ବିବାଦକୁ ପଦାରେ ପକାଇଛନ୍ତି। ସେଥିପାଇଁ ଭ୍ୟାକ୍ସିନେସନ୍‌ ପ୍ରମାଣପତ୍ରରେ ଏବେ ମୋଦୀଙ୍କ ଫଟୋ ସ୍ଥାନରେ ନିଜ ଫଟୋ ଲଗାଇଛନ୍ତି ମମତା।

୧୮-୪୪ ବର୍ଷୀୟ ଲୋକଙ୍କ ଟିକାକରଣ ପରେ ସେମାନଙ୍କୁ ମମତା ବାନାର୍ଜୀଙ୍କ ଫଟୋ ଲାଗିଥିବା ପ୍ରମାଣପତ୍ର ଦିଆଯାଉଛି। ଏହା ତୃତୀୟ ପର୍ଯ୍ୟାୟ ଟିକାକରଣରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ ଭ୍ୟାକ୍ସିନେସନ୍‌ ସର୍ଟିଫିକେଟରେ ମୋଦୀଙ୍କ ଫଟୋକୁ ନେଇ ଟିଏମସି ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଟିକା ନୀତି ଉପ​‌ରେ ମଧ୍ୟ ମମତା ପ୍ରଶ୍ନ କରିଥିଲେ।

 ଠିକ୍‌ ସମୟରେ ଟିକା ନପହଞ୍ଚିବାକୁ ନେଇ ମଧ୍ୟ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ପ୍ରତ୍ୟେକ ଟିକା ପାଇଁ ୬୦୦-୧୨୦୦ ଟଙ୍କା ଖର୍ଚ୍ଚ ହେଉଛି। ୧.୪ କୋଟି ଲୋକଙ୍କୁ ଟିକା ଦିଆସରିଛି। ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ହିସାବକୁ ନେଲେ ପଶ୍ଚିମବଙ୍ଗରେ ୮ କୋଟି ଲୋକ ଅଛନ୍ତି। ତେଣୁ କେନ୍ଦ୍ର ସରକାର ରାଜ୍ୟର ଟିକା ଚାହିଦାକୁ ପୂରଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଥିଲେ।

   Related Posts