ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ମମତା ବାନାର୍ଜୀ

Published By : Prameya-News7 Bureau | May 29, 2019 IST

ନୂଆଦିଲ୍ଲୀ ୨୯/୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ୟୁ ଟର୍ଣ୍ଣ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ମମତା ବାନାର୍ଜି। ମୋଦିଙ୍କ ନିମନ୍ତ୍ରଣକ୍ରମେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ମମତା ପୂର୍ବରୁ କହିଥିଲେ। ହେଲେ ଏବେ ମମତା ସେହି ନିଷ୍ପତ୍ତିରେ ୧୮୦ ଡିଗ୍ରୀ ପରିବର୍ତ୍ତନ କରିଛନ୍ତି। ୭ଟି ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାରେ ୫୦ରୁ ଅଧିକ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ପରିବାରଙ୍କୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାପାଇଁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯିବାପରେ ୟୁଟର୍ଣ୍ଣ ମାରିଛନ୍ତି ମମତା।

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପରି ମହାନ ଗଣତନ୍ତ୍ରର ଉତ୍ସବର ରାଜନୀତିକରଣକୁ ବିରୋଧ କରି ମମତା ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଆସନ୍ତାକାଲି ଦେଶର ଷୋଡଶ ପ୍ରଧାନମନ୍ତ୍ରୀଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଶପଥ ଗ୍ରହଣ ସମାରୋହ  ବିଜେପି ଗୌଣ କରିବାକୁ ଅପଚେଷ୍ଟା କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବେଜେପି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.