Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

କଂଗ୍ରେସରେ ବଢ଼ିଲା ଦିଦିଙ୍କ ‘ମମତା’: ସୋନିଆ ଏବଂ ରାହୁଲଙ୍କୁ ଭେଟିଲେ ବେଙ୍ଗଲ ମୁଖ୍ୟମନ୍ତ୍ରୀ, ବିଜେପିକୁ କଲେ ଏହି ଆହ୍ବାନ

28/07/2021 at 7:03 PM

ନୂଆଦିଲ୍ଲୀ ୨୮/୭: ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀ ବୁଧବାର ସନ୍ଧ୍ୟାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । ମମତା ସୋନିଆଙ୍କୁ ଭେଟିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଚଳିତବର୍ଷ ଏପ୍ରିଲ-ମେରେ ବିଧାନସଭା ନିର୍ବାଚନ ପରେ ମମତାଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ। ଏହି ସମୟରେ ମମତା ବାନାର୍ଜୀ ଶରଦ ପାଓ୍ବାର, ଆନନ୍ଦ ଶର୍ମାଙ୍କ ସମେତ ବିରୋଧୀ ଦଳଙ୍କ ଅନେକ ନେତାଙ୍କ ସହ ସାକ୍ଷାତ କରିଛନ୍ତି।

ତେବେ ତାଙ୍କର ଏହି ମାରାଥନ୍‌ ସାକ୍ଷାତକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ନିଜକୁ ମମତା ପ୍ରୋଜେକ୍ଟ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ମଧ୍ୟ କୁହାଯାଉଛି। ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ମମତା ବାନାର୍ଜୀ କହିଛନ୍ତି, ସୋନିଆ ଗାନ୍ଧୀ ମୋତେ ଚା’ ପାଇଁ ଡାକିଥିଲେ। ଏହି ସମୟ​ରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମମତା ବାନାର୍ଜୀ କହିଛନ୍ତି, ‘ଆମେ ରାଜନୈତିକ ଘଟଣାକ୍ରମ ଉପରେ ଚର୍ଚ୍ଚା କରିଛୁ। ଏହା ବ୍ୟତୀତ ପେଗାସସ୍‌ ମାମଲା  ଏବଂ କରୋନା ସଂକ୍ରମଣ ପ୍ରସଙ୍ଗ ଉପରେ ମଧ୍ୟ କତା ହୋଇଛୁ । ’

୨୦୨୪ ନିର୍ବାଚନରେ ରଣନୀତିକୁ ନେଇ ପ୍ରଶ୍ନରେ ମମତା କହିଛନ୍ତି, ଆମ ଚର୍ଚ୍ଚା ବିରୋଧୀଙ୍କୁ ଏକତା କରବାକୁ ନେଇ ହୋଇଛି । ଏହା ଏକ ଭଲ ଏବଂ  ସକାରାତ୍ମକ ସାକ୍ଷାତ ଥିଲା ବୋଲି ଦିଦି କହିଛନ୍ତି। ଏହା ବ୍ୟତୀତ ବିରୋଧୀ ଏକତାକୁ ସୋନିଆ ପସନ୍ଦ କରିଥିବା ବେଳେ କଂଗ୍ରେସକୁ ଛୋଟ ପାର୍ଟି ଭରସା କରୁଛନ୍ତି ବୋଲି ମମତା କହିଛନ୍ତି। ବିଜେପିକୁ ଏକ ଶକ୍ତିଶାଳୀ ଦଳର ଆଖ୍ୟା ଦେବା ସହ ସେ କହିଛନ୍ତି, ଏହା ବିରୋଧରେ ଲଢ଼େଇ ପାଇଁ ବିରୋଧୀ ମଜଭୁତ ହେବା ଦରକାର । ଏହା ଦ୍ବାରା ଇତିହାସ ତିଆରି ହେବ।  

ଅନ୍ୟପଟେ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରରର ବହୁତ ଭଲ ସମ୍ପର୍କ ରହିଛି। ଏନେଇ ଉଦାହାରଣ ଦେଇ ମମତା କହିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାମିଲନାଡୁ ସିଏମ ଏମକେ ଷ୍ଟାଲିନ, ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସେମାନଙ୍କର ଭଲ ସମ୍ପର୍କ ରହିଛି । ଯଦି ଗୋଟିଏ ରାଜ​‌ନୈତିକ ଝଡ଼ ଆସିବ ତେବେ ଆପଣ (ବିଜେପି) ରୋକିପାରିବେ ନାହିଁ। ଯଦି ବିରୋଧୀ ଦଳ ଗମ୍ଭୀର ହୋଇଯାଏ ତେବେ ୬ ମାସରେ ଫଳାଫଳ ସାମ୍ନାକୁ ଆସିଯିବ ବୋଲି କହି ମମତା କେନ୍ଦ୍ରର ବିଜେପି ସରକାରଙ୍କୁ ଆହ୍ବାନ କରିଛନ୍ତି ।

   Related Posts