ଆଶାର ସହ ଆମକୁ ଆଗକୁ ବଢିବାକୁ ହେବ କହିଲେ ମମତା, ବୁଧବାର ହେବ ସୋନିଆଙ୍କ ସହ ଭେଟ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନୂଆ ଦିଲ୍ଲୀରେ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ପର୍ବ ଆରମ୍ଭ କରିଛନ୍ତି। ଯଦିଓ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ମମତା କିଛି ସ୍ପଷ୍ଟଭାବେ କହି ନାହାନ୍ତି ତେବେ ଆମକୁ ଆଶାର ସହ ଆଗକୁ ବଢିବାକୁ ହେବ ବୋଲି କହିଛନ୍ତି। ସେ ବୁଧବାର ସକାଳେ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଯାଉଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିଲାଗି ସୋନିଆ ତାଙ୍କୁ ଡକାଇଥିବା ସେ ସୂଚିତ କରିଛନ୍ତି।

ମମତାଙ୍କୁ ସୋନିଆ ବୁଧବାର ସକାଳେ ଚା ପିଇବା ଲାଗି ଆମନ୍ତ୍ରଣ କରିଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ସେମାନେ ଚାରେ ଚର୍ଚ୍ଚା କରିବେ ବୋଲି କହିଛନ୍ତି। ତେବେ ସବୁ ବିରୋଧୀ ଦଳଙ୍କୁ ଏକ ସଙ୍ଗରେ ଆଣିବା ପ୍ରସଙ୍ଗରେ ପଚରା ଯିବାରୁ ମମତା ଲୋକସଭା ନିର୍ବାଚନ ଲାଗି ଏବେ ଅନେକ ସମୟ ଥିବା କହିଛନ୍ତି। ହେଲେ ଏଥିଲାଗି ଆମକୁ ଏବେଠୁ କାମ କରିବାକୁ ହେବ ବୋଲି କହିଛନ୍ତି। ଏମିତିରେ ଆଗକୁ ଉତ୍ତରପ୍ରଦେଶ, ପଞ୍ଜାବ ଓ ତ୍ରିପୁରାରେ ନିର୍ବାଚନ। ତ୍ରିପୁରାରେ ପୋଲିସ ଆମ ଲୋକଙ୍କୁ ଗିରଫ କରିଥିବା ସେ  ସୂଚିତ କରିଛନ୍ତି।

{"id":486819,"sizeSlug":"large","linkDestination":"none"}

ସେପଟେ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ମଙ୍ଗଳବାର ନୂଆଦିଲ୍ଲୀରେ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ସେ ମମତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ ବୋଲି କହିଛନ୍ତି। ବେଙ୍ଗଲ ନିର୍ବାଚନରେ ତାଙ୍କ ଦଳର ବିଜୟ ଲାଗି ସେ ଅଭିନନ୍ଦନ ଜଣାଇଛନ୍ତି। ମମତାଙ୍କ ସହ ତାଙ୍କର ସମ୍ପର୍କ ବେଶ ପୂରୁଣା ଓ ସେ ସର୍ବଦା ସତ୍ୟ ସହିତ ଛିଡା ହୋଇଥାନ୍ତି ବୋଲି କମଲ ନାଥ କହିଛନ୍ତି।

ସେପଟେ କଂଗ୍ରେସ ନେତା ଆନନ୍ଦ ଶର୍ମା ମଧ୍ୟ ମମତାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଗଣତନ୍ତ୍ରର ଏହି ଲଢେଇରେ ସେ ମମତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଥୀ ବୋଲି କହିଛନ୍ତି। ତେବେ ସମାନ ବିଚାରଧାରାର ଦଳମାନଙ୍କୁ ନିଜନିଜ ମଧ୍ୟରେ ଆଲୋଚନା କରିବା ଦରକାର ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.