ଗୀତିକାର ଜାଭେଦ ଅଖତାର କହିଲେ-ମମତା ପ୍ରଧାନମନ୍ତ୍ରୀ ହେବେ କି ନା...

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯।୭: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ ଶେଷ ହୋଇଛି। ଏହି ଗସ୍ତକାଳରେ ମମତା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏହା ଛଡା ବିଭିନ୍ନ ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ରାଜଧାନୀ ଦିଲ୍ଲୀରେ ଭେଟିବା ସହ ଆଲୋଚନା ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମମତା ଗୁରୁବାର ଦିଲ୍ଲୀରେ ଗୀତିକାର ଜାଭେଦ ଅଖତାରଙ୍କୁ ମଧ୍ୟ ଭେଟିଥିଲେ। ଏ ନେଇ ଗଣମାଧ୍ୟ ଜାଭେଦ ଅଖତାରଙ୍କୁ ଭେଟିଥିବା ବେଳେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା ।

ମମତାଙ୍କୁ ଭେଟିବା ପରେ ଜାଭେଦ ଅଖତାର କହିଛନ୍ତି ଯେ, ଦିଦି ଦେଶର ପ୍ରଧାନମନ୍ତ୍ରୀ ହେବେ କି ନା ଏହା ଯେତେ ଜରୁରି ନୁହେଁ ଦେଶ କିପରି ଚଳାଯିବା ଦରକାର, ଡେମୋକ୍ରାସୀ କିପରି ହେବା ଦରକାର ତାହା ବର୍ତ୍ତମାନ ସମୟର ସବୁଠୁ ଅଧିକ ଜରୁରି ବିଷୟ ।  ଆମର ଗଣତନ୍ତ୍ର ଏବେବି ଭଲ ଅଛି, ତେବେ ଆହୁରି ଭଲ ହେବା ଦରକାର ବୋଲି କହିଛନ୍ତି ଜାଭେଦ ଅଖତାର। ସାମ୍ବାଦିକମାନେ ଜାଭେଦଙ୍କୁ ‘ଖେଲା ହୋବେ’ ସ୍ଲାଗାନକୁ କିପରି ବୁଝନ୍ତି ବୋଲି  ପଚାରିବାରୁ ସେ ଏହାର ସଠିକ ଜବାବ ଦେଇ ପାରିନଥିଲେ। ହେଲେ ସେତେବେଳେ ତାଙ୍କ ନିକଟରେ ଉପସ୍ଥିତ ମମତା ବାନାର୍ଜୀ ଦେଶରେ ପରିବର୍ତ୍ତନ ହେବା ଆବଶ୍ୟକ ଓ ଏହା ଉପରେ ଆପଣ ଗୀତଟିଏ ଲେଖନ୍ତୁ ବୋଲି ଜାଭେଦଙ୍କୁ କହିଥିଲେ।

{"id":487799,"width":836,"height":470,"sizeSlug":"large","linkDestination":"none"}

ତେବେ ଏହା ପୂର୍ବରୁ ଜାଭେଦ ଅଖତାର ଦେଶରେ ପରିବର୍ତ୍ତନ ହେବା ଦରକାର ବୋଲି କହିଛନ୍ତି। ସେ କହିଥିଲେ ଯେ ଯଦି ରାଜଧାନୀ ଦିଲ୍ଲୀରେ ଦଙ୍ଗା ହୋଇଯାଏ ତେବେ ଦେଶରେ ଆଉ ରହିଲା କଣ ? ଗସ୍ତ ଅବସରରେ ମମତା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ମଧ୍ୟ ଭେଟିଛନ୍ତି । ତାଙ୍କ ସହ ସଡ଼କ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ବୁଧବାର ମମତା ଦିଲ୍ଲୀ କେନ୍ଦ୍ରସ୍ଥଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଭେଟିଥିଲେ। କେଜରିୱାଲଙ୍କ ସହ ତାଙ୍କର ଏହି ସାକ୍ଷାତ ଆଲୋଚନାକୁ ଏବେ ବିଭିନ୍ନ ବିରୋଧୀ ଦଳଙ୍କୁ ମମତା ଏକଜୁଟ କରୁଥିବା ନଜରରେ ଗଣମାଧ୍ୟମ ଗୁରୁବାର ଦେଖିଛି।

ସେପଟେ ଗତକାଲି ମମତା ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ଆଲୋଚନାରେ ତୃଣମୂଳ କଂଗ୍ରେସ ଏକାକୀ କିଛି ବି ନୁହେଁ ବୋଲି କହିଥିଲେ। ଦେଶକୁ ସାମ୍ପ୍ରଦାୟିକ ସରକାରକୁ ତଡିବାକୁ ହେଲେ ସମାନ ଗଣତାନ୍ତ୍ରିକ ବିଚାରଧାରାର ରାଜନୈତିକ ଦଳମାନଙ୍କୁ ଏକଜୁଟ ହେବାକୁ ହେବ ବୋଲି କହିଥିଲେ ଦିଦି। ସେହିପରି ଆମେ କେହି ଭିଆଇପି ନୁହେଁ, ସାଧାରଣ ମଣିଷ ସଡକର ଲୋକ ଏଣୁ ଆମକୁ ଆମ ସମସ୍ୟା ଅପେକ୍ଷା ଅଧିକ କାହାକୁ ଜଣାଅଛି, ଏଣୁ ଆମେ ମିଳିତ ଆମ ସମସ୍ୟାର ସମାଧାନ କରିପାରିବା ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.