ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଖରାପ ପ୍ରଦର୍ଶନ: ମୁଖ୍ୟମନ୍ତ୍ରୀ ପଦରୁ ମମତା ଦେବେ ଇସ୍ତଫା !

Published By : Prameya-News7 Bureau | May 25, 2019 IST

କୋଲକାତା ୨୫|୫; ଲେ।କସଭା ନିର୍ବାଚନରେ ନୈରାଶଜନକ ପ୍ରଦର୍ଶନ କରିଛି ତୃଣମୂଳ କଂଗ୍ରେସ । ୨୦୧୪ରେ ତୃଣମୂଳ କଂଗ୍ରେସର ସାଂସଦ ସଂଖ୍ୟା ୩୪ ଥିବା ବେଳେ ଏଥର ୨୨ ଟି ଆସନ ହାତେଇଛି ଦଳ । ପରାଜୟ ପରେ ପାର୍ଟିର ପ୍ରଦର୍ଶନକୁ ନେଇ ଆରମ୍ଭ ହେ।ଇଛି ବିଶ୍ଳେଷଣ । ଏସବୁ ପରେ ପଶ୍ଚିମବଙ୍ଗର ଏହି ଶେ।ଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିବା ସହ ଇସ୍ତଫା ଦେବାକୁ ଘେ।ଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଦେଶରେ କେନ୍ଦ୍ରୀୟ ଶକ୍ତି କାମ କରୁଛି । ସମାଜକୁ ହିନ୍ଦୁ ଓ ମୁସଲମାନ ଭିତରେ ଭାଗ ଭାଗ କରାଯାଇଛି । ଏନେଇ ଅନେକ ଥର ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେ।ଇନି । ପ୍ରଧାନମନ୍ତ୍ରୀ ଶପଥଗ୍ରହଣ ଉତ୍ସବକୁ ପାକିସ୍ତାନକୁ ନିମନ୍ତ୍ରଣ କରିଛନ୍ତି । ଲେ।କତନ୍ତ୍ରରେ ଧନବଳ କାମ କରୁଛି । ତେଣୁ ଏବେ ମୁଁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ଚାହୁଁନି ବେ।ଲି କହିଛନ୍ତି ମମତା ବାନାର୍ଜୀ ।

ନିର୍ବାଚନରେ ସାରା ରାଜ୍ୟରେ ଗଡବଡି ହେ।ଇଛି । ନିର୍ବାଚନ ଆୟେ।ଗଙ୍କୁ ଅବଗତ କରାଯାଇଥିଲେ ବି କିଛି ହେଲାନି । ତେବେ ପୁରା ଦେଶରେ ବିପକ୍ଷ ଦଳ ପାଖରେ କୌଣସି ସିଟ୍ ନଥିବା ସହଜରେ ଗ୍ରହଣ କରିପାରି ନାହାନ୍ତି ଦିଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.