Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ନନ୍ଦିଗ୍ରାମରୁ ଶୁଭେନ୍ଦୁଙ୍କଠୁ ପରାଜୟ ସ୍ବୀକାର କରିବେ ମମତା ବାନାର୍ଜୀ, ଏକ୍‌ଜିଟ୍‌ ପୋଲ୍‌ରେ ଦାବି

29/04/2021 at 10:28 PM

କୋଲକାତା ୨୯/୪: ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିଛି। ଏହା ପରେ ଏକଜିଟ୍‌ ପୋଲ୍‌ ସର୍ଭେ ସାମ୍ନାକୁ ଆସିଛି। ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ଦିଦିଙ୍କ ସପକ୍ଷରେ ଯାଇଥିବା ବେଳେ ଦୁଇଟି ସର୍ଭେ ସରକାର ପରିବର୍ତ୍ତନର ଇସାରା କରୁଛି। ବେଙ୍ଗଲରେ ଟିଏମସି ପୁଣି ପାଓ୍ବାରକୁ ଫେରିବ ନାଁ ପରିବର୍ତ୍ତନ ହେବ ସେନେଇ ମେ’ ୨ରେ ଫଳାଫଳ ଆସିବା ପରେ ଜଣାପଡ଼ିବ।

ବିଭିନ୍ନ କାରଣ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ଚର୍ଚ୍ଚାରେ ଥିଲା। ଏହା ମଧ୍ୟରୁ ନନ୍ଦିଗ୍ରାମ ବିଧାନସଭା ଆସନ ସମସ୍ତଙ୍କ ନଜରରେ ଥିଲା। କାରଣ ଏଠାରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିଥିବା ବେଳେ ଟିଏମସିରୁ ବିଜେପିକୁ ଆସିଥିବା ଏବଂ ଦିନେ ଦିଦିଙ୍କ ବିଶ୍ବସ୍ତ ଥିବା ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଥିଲେ। ତେବେ ଇଣ୍ଡିଆ ଟିଭି ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟ କହୁଛି କେବଳ ଯେ ବେଙ୍ଗଲରେ ବିଜେପି ସରକାର କରିବ ତାହା ନୁହେଁ ବରଂ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ହାରିବେ ବୋଲି ଦାବି ମଧ୍ୟ କରିଛି ।

କେବେ ମମତାଙ୍କ ଡାହାଣ ହାତ ଥିବା ଶୁଭେନ୍ଦୁ ଅଧିକାରୀ ଗତବର୍ଷ ଡିସେମ୍ବର ମାସରେ ବିଜେପିରେ ସାମିଲ ହୋଇଥିଲେ। ପରେ ସେ ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏହା ସହ ବିଜେପି ମଧ୍ୟ ସେହି ଆସନରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ କରିଥିଲା। ମମତା ବାନାର୍ଜୀ ମଧ୍ୟ ଭବାନୀପୁର ସିଟ୍‌ ଛାଡ଼ି ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ଲଢ଼ିଛନ୍ତି ମଧ୍ୟ। ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବେ । ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଦାବି ଏବଂ ଏହି ଏକ୍‌ଜିଟ୍‌ ପୋଲ୍‌ ସତ ହେବ କି ନାହଁ ତାହା ମେ’ ୨ରେ ଫଳାଫଳ ଆସିବା ପରେ ଜଣାପଡ଼ିବ। ଇଣ୍ଡିଆ ଟିଭି-ପିପୁଲ୍ସ ପ୍ଲସ୍‌ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପିକୁ ୧୭୩-୧୯୨ ସିଟ୍‌ ମିଳିବ ବୋଲି କୁହାଯାଇଛି। ଟିଏମସିକୁ ୬୬-୮୮ ସିଟ୍‌ ମିଳିବାକୁ ଥିବା ବେଳେ କଂଗ୍ରେସକୁ କେବ ୭-୧୨ ସିଟ୍‌ ମିଳିପାରେ।

   Related Posts