Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରାଜନୀତିର ଆଙ୍ଗ୍ରି ଓମ୍ୟାନ୍‌ : ଦିଦିଙ୍କ ରାଗ ଦଳ ପାଇଁ ଆଣିଦେଇଛି ସଫଳତା, ଜାଣନ୍ତୁ ମମତା ବାନାର୍ଜୀଙ୍କ ପଲିଟିକାଲ କ୍ୟାରିୟରର କିଛି ଜଣା ଅଜଣା କଥା

3/05/2021 at 10:14 PM

କୋଲକାତା ୦୩/୦୫ : ମମତା ବାନାର୍ଜୀ । ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ନେତା । ରାଜନୀତି ମୈଦାନରେରେ ବଡ ବଡ ହସ୍ତୀଙ୍କୁ ଏକାକୀ ପାଣି ପିଆଉ ଥିବା ଜନନେତା ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ସଫଳତା ପଛରେ ରହିଛି ନିଆରା ଚାଲି ଚଳନି ଏବଂ ପ୍ରଭାବିତ କରିଲା ଭଳି ରୋକ୍‌ ଠୋକ୍‌ କଥାବାର୍ତ୍ତା ।

ମମତା ବାନାର୍ଜୀଙ୍କୁ ଲୋକମାନେ ରାଜନୀତିର ଆଙ୍ଗ୍ରିଓମ୍ୟାନ୍‌ ବୋଲି କୁହନ୍ତି । କିନ୍ତୁ ମମତାଙ୍କ ଭାବମୂର୍ତ୍ତି ଏବଂ ଲୋକପ୍ରିୟତା ମଧ୍ୟ ଚକିତ କରିବା ଭଳି । ରାଜନୀତିରେ ଦିଦିଙ୍କ ଚରିତ୍ର ବେଶ ପ୍ରଭାବଶାଳୀ । କୌଣସି କଥାକୁ ନେଇ ରୋକ୍‌ ଠୋକ୍‌ ଉତ୍ତର ଦେବା ନେତା ହେଉଛନ୍ତି ଦିଦି ।

The conflicts and contradictions of Mamata Banerjee | Deccan Herald

୧୯୭୦ ମସିହାରେ ରାଜନୀତି ଦୁନିଆରେ ପାଦ ଦେଇଥିଲେ ମମତା ବାନାର୍ଜୀ । ୧୯୭୬ ମସିହାରୁ ୧୯୮୦ ଯାଏଁ କଂଗ୍ରେସର ମହାସଚିବ ଥିଲେ ଦିଦି । ଏହା ପରେ ୧୯୮୪ ମସିହାରେ ଦେଶର ସର୍ବକନିଷ୍ଠା ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଥିଲେ । ପ୍ରଭାବଶାଳୀ ତଥା ରାଜନୀତିରେ ଧୂରନ୍ଦର CPM ନେତା ସୋମନାଥ ଚାଟାର୍ଜୀଙ୍କୁ ହରାଇ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ଦିଦି ।

୧୯୯୧ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନରସୀହ୍ମା ରାଓଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ ମମତା ବାନାର୍ଜୀ । ତେବେ ପରେ କିଛି ବିବାଦକୁ ନେଇ ୧୯୯୩ ମସିହାରେ ଦିଦିଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ଦିଦିଙ୍କ ରାଗ ଏତେ ବଢିଯାଇଥିଲା ଯେ, ନିଜ ଦଳ ବିରୁଦ୍ଧରେ ଖୋଲାଖୋଲି ରୋଷ ଝାଡିଥିଲେ । ୧୯୯୭ ମସିହାରେ ଦିଦି କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

Mamata and the history of freedom of expression in West Bengal

୧୯୯୮ ମସିହାରେ ମମତା ବାନାର୍ଜୀ ନିଜର ଏକ ଦଳ ଗଠନ କରିଥିଲେ ଏବଂ ନାଁ ଥିଲା ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (AIMC) । ଲଗାତାର ଭାବେ ଲୋକପ୍ରିୟତା ବଢାଇଚାଲିଥିଲେ ଦିଦି । ସେହି ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଦିଦିଙ୍କ ଦଳକୁ ମିଳିଥିଲା ୮ଟି ସିଟ୍‌ । ତେବେ ଏଠି ମଧ୍ୟ ଦିଦିଙ୍କ ରାଗ (ଆଙ୍ଗ୍ରି ଓମ୍ୟାନ୍‌) କାମ ଦେଇଥିଲା ।

୨୦୦୯ ମସିହାରେ ଲୋକସଭା ନିର୍ବାଚନରେ ଦିଦିଙ୍କ ଦଳ ୧୯ଟି ସିଟ୍‌ ପାଇଥିଲା । ୨୦୧୧ ମସିହା ବିଧାନସଭା ନିର୍ବାଚନରେ ବାମ ଦଳକୁ ଧୂଳି ଚଟାଇ କ୍ଷମତାକୁ ଆସିଥିଲା ଦିଦିଙ୍କ ଦଳ । ଏହା ପରେ ୨୦୧୬ ନିର୍ବାଚନରେ ପୁଣି କ୍ଷମତାକୁ ଆସିଲା ଟିଏମସି ।

୨୦୨୧ ନିର୍ବାଚନରେ ପୁଣି ଦିଦି ଦେଖାଇଥିଲେ ଆଙ୍ଗ୍ରି ଓମ୍ୟାନ୍‌ ରୁପ । ଜାନୁଆରୀ ୨୩ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମଞ୍ଚ ଉପରେ ରାଗିଯାଇଥି​‌ଲେ ଦିଦି । ଜୟ ଶ୍ରୀରାମ ନାରାକୁ ନେଇ ଭଡ୍‌କି ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ହିଁ ଭାଷଣ ଦେବାକୁ ରୋକ୍‌ଠୋକ୍‌ ମନାକରିଦେଇଥିଲେ ଦିଦି । ୨୦୨୧ ବିଧାନସଭା ନିର୍ବାଚନରେ ପୁଣିଜଲଓ୍ବା ଦେଖାଇଛନ୍ତି ଦିଦି । ଏକାକୀ ଲଢି ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିଛନ୍ତି । ଅବଶ୍ୟ ନନ୍ଦୀଗ୍ରାମରୁ ଲଢି ପରାଜିତ ହୋଇଛନ୍ତି କିନ୍ତୁ ଦଳକୁ ସଫଳତା ଆଣିଦେଇଛନ୍ତି ।  

Mamata Banerjee: BJP party of 'fekus', threaten people with guns and  bullets | Kolkata News - Times of India

   Related Posts