Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶପଥ ନେବା ପରେ ଆକ୍ସନ ମୋଡ୍‌ରେ ମମତା: ବେଙ୍ଗଲରେ କଡାକଡି ହେଲା କରୋନା କଟକଣା, ଆସିଲା ନୂଆ ଗାଇଡଲାଇନ୍ସ

5/05/2021 at 3:52 PM

କୋଲକାତା ୫/୫: ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମମତା ବାନାର୍ଜୀ। ନିର୍ବାଚନ ପରେ ପରେ ପଶ୍ଚିମବଙ୍ଗରେ ଆଂଶିକ କରୋନା କଟକଣା ଲାଗିଥିବା ବେଳେ ଶପଥ ଗ୍ରହଣ ପରେ ସମୀକ୍ଷା ବୈଠକ କରିଛନ୍ତି ମମତା। ଏହି ବୈଠକରେ କରୋନାକୁ ମାତ ଦେବା ପାଇଁ କଡ଼ା କଟକଣା ଲଗାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହା ସହ ମମତା କହିଛନ୍ତି ବେଙ୍ଗଲକୁ ଆସିବାକୁ ଥିବା ଅକ୍ସିଜେନ୍‌ ଅନ୍ୟ କେଉଁଆଡ଼େ ଯାଉଥିବା ବେଳେ ଆମେ ଇଣ୍ଟଷ୍ଟ୍ରିଆଲ୍‌ ଅକ୍ସିଜେନ୍‌ ବ୍ୟବହାର କରୁଛୁ।

କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ ସମସ୍ତ ସ୍ପା, ପାର୍ଲର, ସପିଂ ମଲ୍‌ ଆଦି ବନ୍ଦ ରହିବ। ଏହା ସହ ସମସ୍ତ ପ୍ରକାର ସାର୍ବଜନୀକ କାର୍ଯ୍ୟକ୍ରମ ପରବର୍ତ୍ତୀ ନିର୍ଦେଶ ଯାଏ ହୋଇପାରିବ ନାହିଁ।  ପୋଲିସର ଅନୁମତି ମିଳିଲେ ବିବାହ କାର୍ଯ୍ୟକ୍ରମ ହୋଇପାରିବ ଏବଂ ଏଥିରେ କେବଳ ୪୦ ଲୋକ ସାମିଲ ହୋଇପାରିବେ। ବଜାର ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଦୋକାନ ସକାଳ ୭-୧୦ ଏବଂ ସନ୍ଧ୍ୟା ୫-୭ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ପରବର୍ତ୍ତୀ ନିର୍ଦେଶ ଯାଏ ଲୋକାଲ୍‌ ଟ୍ରେନ୍‌ ସେବା ବନ୍ଦ ରହିଛି। ଏହା ସହ ମେଟ୍ରୋ ଏବଂ ବସ୍‌ ଅଧା କ୍ଷମତାରେ ଯାତାୟତ କରିବ । ମେ ୭ ମଧ୍ୟରାତ୍ରୀରୁ କୌଣସି ଯାତ୍ରୀଙ୍କୁ ଏୟାରପୋର୍ଟରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ବିନା ରାଜ୍ୟରେ ଏଣ୍ଟ୍ରି ମିଳିବ ନାହିଁ। ଏହି ଟେଷ୍ଟ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କରୋନା ରୋଗୀଙ୍କ ପାଇଁ ସିଟ୍‌ ବଢ଼ାଇ ୩୦ ହଜାର କରିଦିଆଯାଇଛି। ରାଜ୍ୟରେ ଭ୍ୟାକସିନ୍‌ର ଦ୍ବିତୀୟ ଡୋଜ୍‌କୁ ପ୍ରାଥମିକତା ଦିଆଯାଉଛି। ଆମ ଭାଗ ଅକ୍ସିଜେନ୍‌ ଅନ୍ୟମାନେ ନେଇଯାଉଛନ୍ତି, ଆମେ ଇଣ୍ଡଷ୍ଟ୍ରିଆଲ୍‌ ଅକ୍ସିଜେନ୍‌ ବ୍ୟବହାର କରୁଛି ବୋଲି ମମତା କହିଛନ୍ତି। ଏହା ସହ କରୋନା ଟେଷ୍ଟ ଅବଧି କମ୍‌ କରିବାକୁ ବିକଳ୍ପ ଯୋଜନା କରାଯିବ। ୪ ଘଣ୍ଟାରେ ରିପୋର୍ଟ ମିଳିବା ଭଳି ବ୍ୟବସ୍ଥା କରାଯିବ। ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । କାରଣ ସେମାନେ ଲୋକଙ୍କ ଗହଣରେ ଅଧିକ ରହୁଛନ୍ତି ବୋଲି ମମତା କହିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସୁବେରେ ହୋଇଥିବା ରାଜ​‌ନୈତିକ ହିଂସାକୁ ଦେଖି ମୁଖ୍ୟମନ୍ତ୍ରୀ ଜଗମୋହନଙ୍କୁ ହଟାଇ ବିରେନ୍ଦ୍ରଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି। ଜାଭେଦ ଶମିମଙ୍କୁ ଏଡିଜି ଲ ଆଣ୍ଡ ଅର୍ଡର ଦାୟିତ୍ବ ଦିଆଯାଇଛି। ସମସ୍ତ ଜିଲ୍ଳାର ଏସପିଙ୍କୁ ହିଂସା ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  

   Related Posts