ଜନତାଙ୍କ ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ମୋତେ ଛୋଟ ଦେଖାଇବାକୁ ବୈଠକକୁ ଡକା ଯାଇଥିଲା: ମମତା

Published By : Prameya-News7 Bureau | May 29, 2021 IST

କୋଲକାତା ୨୯।୦୫: ବିଧାନସଭା ନିର୍ବାଚନ ସରିବାର ଏକ ମାସ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ। ଏବେ ବୈଠକକୁ ବିଳମ୍ବ ପହଞ୍ଚିବା ନେଇ ବିଜେପି ଓ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଗୋଟିଏ ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ବିଳମ୍ବରେ ପହଞ୍ଚିବା ନେଇ ସଫେଇ ଦେଇଛନ୍ତି। କିନ୍ତୁ ନିଜ ସଫେଇରେ ମମତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ  ବୈଠକରେ ଛୋଟ ଦେଖାଇବାକୁ ଯୋଜନା ଥିଲା। ସେ ଏହା ମଧ୍ୟ କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇ ନାହାନ୍ତି ବରଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା।

ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି, ଜନତାଙ୍କ ମଙ୍ଗଳ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ। ରାଜ୍ୟର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କ ଦିଲ୍ଲୀ ବଦଳିକୁ ରୋକିବା ପାଇଁ ମଧ୍ୟ ମମତା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି, ଏମିତି କରିବା ଦେଶର ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଅପମାନ।

ବୈଠକକୁ ବିଳମ୍ବରେ ପହଞ୍ଚିବା ନେଇ ମମତା କହିଥିଲେ, ଯେବେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ପହଞ୍ଚିଲୁ, ଆମକୁ କୁହାଗଲା ପ୍ରଧାନମନ୍ତ୍ରୀ କିଛି ସମୟ ପୂର୍ବରୁ ପହଞ୍ଚି ସାରିଛନ୍ତି ଏବଂ ବୈଠକ ଚାଲିଛି। ଏମିତି କହି ଆମକୁ ବାହାରେ ଅପେକ୍ଷା କରିବାକୁ କୁହାଗଲା। କିଛି ସମୟ ଅପେକ୍ଷା ପରେ ଯେବେ ଆମେ ଭିତରକୁ ଯିବାକୁ ଅନୁମତି ମାଗିଲୁ, ପୁଣି କୁହାଗଲା ଏକ ଘଣ୍ଟା ପର୍ଯ୍ୟନ୍ତ କେହି ଭିତରକୁ ଯାଇ ପାରିବେ ନାହିଁ।

wp:html /wp:html

ମମତା କହିଛନ୍ତି, ପୁଣି ଆମକୁ କୁହାଗଲା ଯେ, ମିଟିଂ କନଫରେନ୍ସ ହଲ୍‌କୁ ସିଫ୍ଟ ହୋଇ ଯାଇଛି। ଯେବେ ମୁଖ୍ୟ ସଚିବ ଏବଂ ମୁଁ ସେଠାରେ ପହଞ୍ଚିଲୁ, ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ସହ ବୈଠକ କରୁଥିଲେ। ଏହି ବୈଠକ କେବଳ ରାଜନୈତିକ ପ୍ରତିଶୋଧ ନେବା ପାଇଁ ଡକା ଯାଇଥିଲା। ଓଡିଶା ଓ ଗୁଜରାଟରେ ହୋଇଥିବା ସମୀକ୍ଷା ବୈଠକରେ ତ ରାଜ୍ୟପାଳ ଓ ବିରୋଧୀ ଦଳ ନେତାଙ୍କୁ ଡକା ଯାଇନଥିଲା।

ମମତା କହିଛନ୍ତି, ଆମକୁ କୁହାଯାଇଥିଲା ଯେ, ବୈଠକ କେବଳ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଅଛି। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବାକୁ ନିଷ୍ପତ୍ତି ନେଇଥିଲୁ। ତାଙ୍କ ଅନୁମତି ନେଇ ବୈଠକରୁ ବାହାରିଥିଲୁ। ମୁଁ ପ୍ରଧାନମନ୍ତ୍ରୀଙ୍କଠୁ ତିନି ଥର ଅନୁମତି ମାଗିଥିଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.