Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ମମତା ବାନାର୍ଜୀ କହିଲେ, ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପୁଛି କରୋନା ଭାଇରସ

8/10/2020 at 11:18 AM

କଲିକତା ୦୮/୧୦: ପଶ୍ଚିମ ବଙ୍ଗରେ କରୋନା ମାମଲା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏକ ନୂଆ ଦାବି କରିଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଯୋଗୁ ସଂକ୍ରମଣ ବ୍ୟାପୁଥିବା ସେ ଦାବି କରିଛନ୍ତି। ଝାରଗ୍ରାମରୁ କୋଭିଡ-୧୯ ମାମଲା ବୃଦ୍ଧି ପାଇବାରୁ ମମତା ଏଭଳି ଆକଳନ କରିଛନ୍ତି।

ସଂକ୍ରମଣ କେଉଁ ମାଧ୍ୟମରେ ଆସୁଛି ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ ଏ ନେଇ ଟ୍ରକ ଟାୟରକୁ ଫରେନସିକ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି। କାରଣ ଏହା ଦ୍ବାରା ସୁନିଶ୍ଚିତ ହେବା ଯେ ଟାୟର ସଂକ୍ରମିତ ନୁହନ୍ତି। ମମତା କହିଛନ୍ତି ଝାରଗ୍ରାମ ସୀମା ଝାଡଖଣ୍ଡକୁ ଲାଗି ରହିଛି। ମୁମ୍ବାଇ, ଚେନ୍ନାଇ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଏହି ବାଟ ଦେଇ ଯାଏ। ଟୋଲ ପ୍ଲାଜା ଅତିକ୍ରମ କରୁଥିବା କିଛି ଟ୍ରକକୁ ଫରେନସିକ ଯାଞ୍ଚ କରାଯାଇପାରେ। ହୁଏତ ଏଥିରୁ ଜଣାପଡ଼ି ଯିବ ସଂକ୍ରମଣ ବ୍ୟାପୁଛି କି ନାହିଁ।

ଭାଇରସ ଡ୍ରେସ ବା ବ୍ୟାଗରୁ ବ୍ୟାପୁଛି ସେ ନେଇ କିଛି ଠୋସ ପ୍ରମାଣ ଏ ଯାଏ
 ମିଳିନାହିଁ। ତେବେ କୋଭିଡ-୧୯ ପବନରେ ବ୍ୟାପୁଥିବା ମମତା କହିଛନ୍ତି । ଏହାକୁ ରୋକିବା ପାଇଁ କେବଳ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏହା ସହ ସେ କହିଛନ୍ତି ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ ଚାଳକଙ୍କୁ ସାଙ୍ଗରେ ଖାଇବା ନେଇ ଆସିବା କଥା। ଟ୍ରକ ଚାଳକ ଢ଼ାବରେ ବସି ଖାଇବା ଦ୍ବାରା ଭାଇରସ ବ୍ୟାପିପାରେ ବୋଲି ମମତା କହିଛନ୍ତି।

   Related Posts