Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଡ୍ରାଗନ ବିରୋଧରେ ଆମେ ସରକାରଙ୍କ ସହ ଦୃଢ ଭାବେ ଅଛୁ, ଯାହା ପଛେ ହେଇ ଯାଉ ଦେଶରେ ଚୀନକୁ ପଶିବାକୁ ଦିଆନଯାଉ: ମମତା

19/06/2020 at 8:31 PM

ନୂଆଦିଲ୍ଲୀ ୧୯।୦୬: ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସେନା ସହିତ ଭାରତୀୟ ସୈନିକଙ୍କ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନେଇ ଶୁକ୍ରବାର କେନ୍ଦ୍ର ସରକାର ଦ୍ଵାରା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ବୈଠକରେ ତୃଣମୂଳ କଂଗ୍ରେସର ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହା ଦେଶ ପାଇଁ ଭଲ ସନ୍ଦେଶ ଯେ ଦେଶର ଯବାନଙ୍କ ପାଇଁ ଆମେ ସମସ୍ତେ ଏକଜୁଟ୍ ଅଛନ୍ତି।

ବୈଠକରେ ମମତା ଏହା ଉପରେ ଜୋର ଦେଇଛନ୍ତି ଯେ, ଆମର କିଛିଟା କ୍ଷତି ହେଲେ ବି କୌଣସି ଉଦ୍ୟୋଗରେ ଭାରତରେ ଚୀନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ। ସେ କହିଛନ୍ତି ଯେ, ଚୀନକୁ କୌଣସି ବି ସ୍ଥିତିରେ ସୁରଟରେ ଭାରତର ଦୂରସଞ୍ଚାର, ରେଲଓ୍ଵେ ଓ  ବେସାମରିକ କ୍ଷେତ୍ରରେ ପ୍ରବେଶ ଲାଗି ଅନୁମତି ମିଳିବା ଉଚିତ୍ ନୁହେଁ। ଏଥିରେ ଆମକୁ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ଆମେ ଚୀନକୁ ଆଉ ଦେଶରେ ପଶିବାକୁ ଦେବା ନାହିଁ।

ମମତା କହିଛନ୍ତି, ଚୀନରେ ଗଣତନ୍ତ୍ର ନାହିଁ। ସେଠାରେ ଏକଛତ୍ରବାଦ ଶାସନ ଚାଲିଛି। ସେଠାକାର ସରକାର ତାହା କରନ୍ତି ଯାହା ନିଜେ ଅନୁଭବ କରନ୍ତି। ଅନ୍ୟପଟେ ଆମକୁ ଏକ ସଙ୍ଗେ କାମ କରିବାକୁ ପଡିବ। ଏମିତି ହେଲେ ଭାରତ ଜିତିବ ଏବଂ ଚୀନ ହାରିବ। ଏକତାର ସହିତ କଥା ହେବା ଏବଂ ଏକତାର ସହ ଚିନ୍ତା କରିବା। ଏକତାର ସହ କାମ କରିବା। ଆମେ ଭାରତ ସରକାରଙ୍କ ସହ ରହିଛୁ ବୋଲି ମମତା କହିଛନ୍ତି।

ଅନ୍ୟପଟେ ଜେଡିୟୁ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ଚୀନ ବିରୋଧରେ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି। ଆମ ମଧ୍ୟରେ କୌଣସି ପ୍ରକାରର ମତଭେଦ ରହିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୭-ଲୋକ କଲ୍ୟାଣ ମାର୍ଗରେ ଭାରତ-ଚୀନ ସୀମା ସ୍ଥିତି ଉପରେ ଆୟୋଜିତ ସର୍ବଦଳୀୟ ବୈଠକରେ ୨୦ ପାର୍ଟି ସାମିଲ ହୋଇଛନ୍ତି।

   Related Posts