Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପଶ୍ଚିମବଙ୍ଗରେ ନେତାଙ୍କ ହିନ୍ଦୁ କାର୍ଡ: ମମତା ଶିବଙ୍କୁ ତ ଶୁଭେନ୍ଦୁ ହନୁମାନଙ୍କୁ କଲେ ଦର୍ଶନ

10/03/2021 at 2:03 PM

କୋଲକାତା ୧୦/୦୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଜିର ଦିନ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ। ଆଜି ନାମାଙ୍କନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ନନ୍ଦିଗ୍ରାମରେ ଶିବ ମନ୍ଦିରରେ ପୂଜା କରିଛନ୍ତି। ଅପରପକ୍ଷରେ ରୋଡ଼ ଶୋ’ ପୂର୍ବରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ହନୁମାନ ମନ୍ଦିରରେ ପୂଜା କରିଛନ୍ତି। ମମତା ଅପରାହ୍ନ ସାଢେ ୩ଟା ସମୟରେ ନାମାଙ୍କନ ଦାଖଲ କରିବେ। ଏହାପରେ ସେ ପୁଣି ନନ୍ଦିଗ୍ରାମ ଆସିବେ ଓ ଅଶନକାଳୀ କୋଲକାତା ଫେରିବେ।

ବୁଧବାର ଦିନ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ରୋଡ଼ ଶୋ’ କରୁଛନ୍ତି। ମମତା ଶିବ ମନ୍ଦିରରେ ପୂଜା କରିବା ନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ‘ମମତା ଭୁଲ ମନ୍ତ୍ର ଉଚ୍ଚାରଣ କରି ବଙ୍ଗଳା ସଂସ୍କୃତିର ଅପମାନ କରିଛନ୍ତି। ଏହା ପୂର୍ବରୁ ସେ ଅନେକଥର ଭଗବାନ ଶ୍ରୀରାମଙ୍କ ଅପମାନ କରିଛନ୍ତି ଓ ମା’ ସରସ୍ବତୀଙ୍କ ମନ୍ତ୍ର ବି ଭୁଲ ଉଚ୍ଚାରଣ କରିଛନ୍ତି। ବଙ୍ଗଳା ଜନତା ତାଙ୍କୁ କେବେ ବି କ୍ଷମା କରିବନି।’

ଶୁଭେନ୍ଦୁ ଅଧିକାରୀ ୧୨ ତାରିଖରେ ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ଦାଖଲ କରିବେ। ମମତା ଗାତଥାତା ଭବାନୀପୁର ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏଥର ସେ ଭବାନୀପୁର ଆସନରୁ ନିର୍ବାଚନ ଲଡ଼ୁ ନାହାନ୍ତି। ଭବାନୀପୁରରୁ ଶୋଭନଦେବ ଚଟୋପାଧ୍ୟାୟଙ୍କୁ ଟିକେଟ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ମମତା ବିଜେପିର ତୁଷ୍ଟିକରଣ ଆରୋପକୁ ନେଇ କହିଛନ୍ତି, ମୁଁ ବି ହିନ୍ଦୁ ଘର ଝିଅ। ମୋ ସହ ହିନ୍ଦୁ କାର୍ଡ ଖେଳନି। ମୁଁ ଚଣ୍ଡୀପାଠ କରି ଘରୁ ବାହାରେ। ଆପଣମାନେ ୭୦-୩୦ କରୁଛନ୍ତି। ମଣିଷ ଭିତରେ ୭୦-୩୦ କିଛି ନଥାଏ। ଲୋକଙ୍କ ମଧ୍ୟରେ ବିଭାଜନ ରାଜନୀତି ଠିକ ନୁହେଁ।’

   Related Posts