Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ନନ୍ଦୀଗ୍ରାମରେ ଜିତିଲେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଫେଲ ମାରିଲା ଶୁଭେନ୍ଦୁଙ୍କ ପ୍ଲାନ୍‌

2/05/2021 at 4:38 PM

କୋଲକାତା ୦୨/୦୫ : ଶେଷରେ ନନ୍ଦୀଗ୍ରାମରେ ବିଜୟୀ ହେଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨୦୦ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି ଦିଦି । ଗଣତି ଆରମ୍ଭରୁ ହିଁ ଶୁଭେନ୍ଦୁଙ୍କ ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମରୁ ଦିଦିଙ୍କୁ ପଛରେ ପକାଇଦେଇଥିଲେ ଶୁଭେନ୍ଦୁ । ଭୋଟ ଗଣତି ଶେଷ ସୁଦ୍ଧା ମମତା ବାନାର୍ଜୀ ନିକଟତମ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ ଶହ ଭୋଟରେ ହରାଇଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ଗଡ କୁହାଯାଉଥିବା ନନ୍ଦୀଗ୍ରାମ ଆସନ ଏବେ ଦିଦିଙ୍କ କବ୍‌ଜାକୁ ଚାଲିଯାଇଛି । ଦୀର୍ଘ ଦିନ ଧରି ନିଜର ପତିଆରା ଜାହିର କରିଥିବା ଶୁଭେନ୍ଦୁ ଏବେ କିନ୍ତୁ ପାଓ୍ବାରଲେସ୍‌ ହୋଇଯାଇଛନ୍ତି । ଅବଶ୍ୟ ଶେଷ ଯାଏଁ ଦିଦିଙ୍କ ସହ ଲଢେଇ ଜାରି ରଖିଥିଲେ କିନ୍ତୁ ଫଳାଫଳ ଦିଦିଙ୍କ ସପକ୍ଷରେ ଯାଇଛି ।

ମତଦାନ ପରେ ନନ୍ଦୀଗ୍ରାମରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଦିଦିଙ୍କୁ ଟାର୍ଗେଟ୍‌ କରି, ପଶ୍ଚିମବଙ୍ଗରେ ବିଜେପି ହିଁ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ଶୁଭେନ୍ଦୁଙ୍କ ସମସ୍ତ ପ୍ଲାନ୍‌ ଏକ ପ୍ରକାର ଫେଲ ମାରିଛି । ଭୋଟ ବ୍ୟବଧାନ କମ ଥିଲେ ସୁଦ୍ଧା ଶେଷରେ ମମତା ବାନାର୍ଜୀଙ୍କର ବିଜୟ ହୋଇଛି । ପ୍ରାୟ ୧୨ ଶହ ଭୋଟରେ ହାରିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ଟିଏମସିରେ ଦବଦବା ଦେଖାଇଥିବା ଶୁଭେନ୍ଦୁ ଅଧିକାରୀ ଦଳ ଛାଡି ବିଜେପିରେ ଯୋଗଦେବା ପରେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ଦବଦବା ଦେଖି ଅନେକ ନେତା ବିଜେପିରୁ ଟିକେଟ୍ ହାସଲ କରି ନିର୍ବାଚନ ମଧ୍ୟ ଲଢିଥିଲେ । ତା ସହିତ ନନ୍ଦୀଗ୍ରାମରେ ଟକ୍କର ଦେବାକୁ ଦିଦିଙ୍କୁ ଆହ୍ବାନ ଦେଇଥିଲେ ଶୁଭେନ୍ଦୁ ଅଧିକାରୀ । ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ମମତା ବାନାର୍ଜୀ । ଉଭୟଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହୋଇଥିଲା । ଗୋଟିଏ ପଟେ ଶୁଭେନ୍ଦୁଙ୍କ ଗଡ ଏବଂ ଅନ୍ୟପଟେ ଦିଦିଙ୍କ ଲୋକପ୍ରିୟତା । ଶେଷରେ ମମତାଙ୍କ ଲୋକପ୍ରିୟତାର ହିଁ ବିଜୟ ହୋଇଛି ।

   Related Posts