Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ନନ୍ଦୀଗ୍ରାମରେ ପୁନଃ ଭୋଟ ଗଣନାକୁ ଭୟରେ ଅନୁମତି ଦେଲେନି ରିଟର୍ଣ୍ଣିଂ ଅଫିସର, ଏଥିରେ ରହିଛି ନିର୍ବାଚନ କମିଶନଙ୍କ ଭୂମିକା : ବର୍ଷିଲେ ଦିଦି

3/05/2021 at 4:56 PM

କୋଲକାତା ୦୩/୦୫ : ଆସିସାରିଛି ପଶ୍ଚିମବଙ୍ଗ ନରିର୍ବାଚନ ଫଳାଫଳ । ମୋଟ ୨୯୨ ଆସନ ମଧ୍ୟରୁ ଟିଏମସି ୨୧୧ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେପି ୭୭ଟି ସିଟ୍‌ରେ ଜିତିଛି । କିନ୍ତୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ହାରିଯାଇଛନ୍ତି । ବିଜେପି ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୭ ଭୋଟରେ ହାରିଛନ୍ତି ଦିଦି ।

ତେବେ ଫଳାଫଳକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି , ‘ମୋତେ ଚକ୍ରାନ୍ତ କରି ହରାଇଦିଆଯାଇଛି । ରାଜ୍ୟପାଳ ଅଭିନନ୍ଦନ ଜଣାଇସାରିଥିଲେ । ଏହା ପରେ ଅଚାନକ ସବୁକିଛି ବଦଳିଯାଇଥିଲା । ୪ ଘଣ୍ଟା ଯାଏଁ ସର୍ଭର ମଧ୍ୟ ଡାଉନ୍ ହୋଇଯାଇଥିଲା ।’

ଦିଦି ଆହୁରି ମଧ୍ୟ କହିଛନ୍ତି, ‘ମୋହତେ ଜଣେ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ ଏସ୍‌ଏମ୍‌ଏସ୍‌ ମିଳିଥିଲା ଯେଉଁଥିରେ ନନ୍ଦୀଗ୍ରାମର ରିଟର୍ଣ୍ଣିଂ ଅଫିସର ଅନ୍ୟଜଣକୁ ଲେଖିଛନ୍ତି ଯେ, ଯଦି ସେ ଦ୍ବିତୀୟଥର ପାଇଁ ଭୋଟ ଗଣତି ପାଇଁ ଅନୁମତି ଦିଅନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡିଯିବ ।’  

ମମତା କହିଛନ୍ତି, ବିଜେପି ୫୦ଟି ସିଟ୍‌ ମଧ୍ୟ ପାର କରିବା ଭଳି ପରିସ୍ଥିତି ନଥିଲା କିନ୍ତୁ ସେ ଦଳ ୭୭ଟି ସିଟ୍‌ ହାତେଇବା ପଛରେ ବହୁତ ବଡ ଚକ୍ରାନ୍ତ ହୋଇଛି । ନିର୍ବାଚନ ଆୟୋଗ ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି ବୋଲି ଦିଦି କହିଛନ୍ତି ।

   Related Posts