ରୋମାଞ୍ଚକ ହେବ କୋଲକାତା ନଗର ନିଗମ ନିର୍ବଚନ: ନିର୍ବାଚନୀ ମଇଦାନରେ ମୁଖ୍ୟମନ୍ତ୍ରୀ ମମତାଙ୍କ 'ଭାଉଜ' କାଜରୀ

Published By : Prameya-News7 Bureau | December 01, 2021 IST

କୋଲକାତା ୦୧/୧୨ : ପଶ୍ଚିମବଙ୍ଗରେ ବହୁ ପ୍ରତିକ୍ଷିତ କୋଲକାତା ନଗର ନିଗମ ନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସବୁ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଏବଂ ନାମାଙ୍କନ ପ୍ରକ୍ରିୟା ଶେଷ ହେବା ସହ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ ହୋଇସାରିଛି। କିନ୍ତୁ ଏଥର କୋଲକାତା ନଗର ନିଗମ ନିର୍ବାଚନରେ ଏକ ରୋଚକ ଦିଗ ସାମ୍ନାକୁ ଆସିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ମମତାଙ୍କ ଭାଇ କାର୍ତ୍ତିକ ବାନାର୍ଜୀଙ୍କ ପତ୍ନୀ କାଜରୀ ବାନାର୍ଜୀ ଭବାନୀପୁର ବିଧାନସଭା କ୍ଷେତ୍ର ୭୩ ନମ୍ବର ୱାର୍ଡର ଟିଏମସି ପ୍ରାର୍ଥୀ। ଭବାନୀପୁରରୁ ମାମଲା ନିଜେ ବିଧାୟକ ନିର୍ବାଚିତ ହୋଇଛନ୍ତି।

{"id":552645,"width":658,"height":329,"sizeSlug":"full","linkDestination":"none"}

କାଜରୀ ବାନାର୍ଜୀ ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରତନ ମାଲାକାର ସେହି ୱାର୍ଡରୁ ବିଜୟ ହାସଲ କରିଥିଲେ। ସେତେବେଳେ ସମସ୍ତ ସଂଗଠନାତ୍ମକ ଦାୟିତ୍ୱ କାର୍ତ୍ତିକ ବାନାର୍ଜୀଙ୍କ ଉପରେ ଥିଲା। ଏଥର କାର୍ତ୍ତିକଙ୍କ ପତ୍ନୀ କାଜରୀ ବନ୍ଦୋପାଧ୍ୟାୟ ବହୁ ଆଗରୁ ସଂଗଠନ ଦାୟିତ୍ୱ ନେଇଛନ୍ତି। ପ୍ରାର୍ଥୀ ହେବାପରେ କାଜରୀ ବାନାର୍ଜୀ କହିଛନ୍ତି ଯେ, 'ମୁଁ ପ୍ରାର୍ଥୀ ହେବାର ୧୦ ମିନିଟ ପୂର୍ବରୁ ବି ଜାଣିନଥିଲି ଯେ ମୁଁ ପ୍ରାର୍ଥୀ। ଦିଦି ସଭା ସାରି ଘରକୁ ଆସି ମୋତେ କିଛି କହିନଥିଲେ। ଅନ୍ୟ ଜଣେ କହିଥିଲେ ଯେ ଆପଣଙ୍କ ନାଁ ତାଲିକାରେ ଅଛି।' ତେବେ କାଜରୀ କହିଛନ୍ତି ଯେ ଘରେ ରାଜନୀତି ବିଷୟରେ କିଛି ଆଲୋଚନା ହୁଏନାହିଁ। ସେ କହିଛନ୍ତି ଦିଦି ଯେବେ ଘରକୁ ଆସନ୍ତି ଘର ପରିବାର ବିଷୟରେ କଥା ହୁଅନ୍ତି, ରାଜନୀତି ଚର୍ଚ୍ଚା କରନ୍ତିନି। କିନ୍ତୁ ଦିଦି ସବୁବେଳେ ଭଲ କାମ କରିବା, ଆଦର୍ଶ ୱାର୍ଡ ଗଠନ କରିବାକୁ ପରାମର୍ଶ ଦିଅନ୍ତି।

କେବଳ କାଜରୀ ବାନାର୍ଜୀ ନୁହେଁ, ଟିଏମସି ତାଲିକାରେ ଅନେକ ନାମ ଅଛି ଯେଉଁଠି ପରିବାର ତନ୍ତ୍ରକୁ ମହତ୍ତ୍ୱ ଦିଆଯାଇଛି। ସୂତ୍ର ଅନୁଯାୟୀ, ରତନ ମାଲାକାରଙ୍କୁ ନେଇ ଦଳରେ ଆପତ୍ତି ଥିଲା। ୭୩ ନମ୍ବର ୱାର୍ଡରୁ ତାଙ୍କୁ ଟିକେଟ ନ ମିଳିବାରୁ ସେ ନିର୍ଦଳୀୟ ନାମାଙ୍କନ ଭରିଛନ୍ତି।

ମାମଲା ବାନାର୍ଜୀଙ୍କ ପରିବାରର ଅଭିଷେକ ବାନାର୍ଜୀ ବର୍ତ୍ତମାନ ଟିଏମସି ସାଂସଦ ଅଛନ୍ତି ଓ ଦଳର ମହାସଚିବ ମଧ୍ୟ ଅଛନ୍ତି। ତାଙ୍କୁ ମମତାଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ଅଭିଷେକ ବାନାର୍ଜୀଙ୍କ ପରେ ପ୍ରଥମଥର ପରିବାରର ଜଣେ ସଦସ୍ୟ ନିର୍ବାଚନ ଲଢ଼ୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.