ଜୟ ଶ୍ରୀରାମ ନାରାକୁ ନେଇ ମମତା ଖପ୍ପା, କହିଲେ-"ମୁଣ୍ଡ କାଟି ଦେବି ପଛେ ବିଜେପି ଆଗରେ ମୁଣ୍ଡ ନୁଆଇଁବିନି"

Published By : Prameya-News7 Bureau | January 25, 2021 IST

କୋଲକାତା ୨୫/୦୧ : ପଶ୍ଚିମବଙ୍ଗ କୋଲକାତାରେ ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ ସମୟରେ ନାରାବାଜି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଦିନ ହୁଗୁଳୀରେ ଏକ ଜନସଭାକୁ ସମ୍ବୋଧିତ କରି ମମତା ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ମମତା କହିଛନ୍ତି, "ମୁଣ୍ଡ କାଟିଦେବୀ ପଛେ ବିଜେପି ଆଗରେ ମୁଣ୍ଡ ନୁଆଇଁବିନି।"

{"id":398310,"sizeSlug":"large","linkDestination":"none"}

ଜାନୁଆରୀ ୨୩ ତାରିଖରେ ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ସମାରୋହରେ ମମତା ବାନାର୍ଜୀ ଭାଷଣ ଦେବାକୁ ମନା କରିଦେଇଥିଲେ। ଭିଡରେ ଲୋକେ ଜୟ ଶ୍ରୀରାମ ନାରା ଦେବା ପରେ ମମତା ରାଗିଯାଇ ଭାଷଣ ଦେବାକୁ ମନା କରିଦେଇଥିଲେ। ଏହି ପ୍ରସଙ୍ଗରେ ସୋମବାର ଦିନ ମମତା କହିଛନ୍ତି, "ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ମୋର ଅପମାନ କରିଛନ୍ତି। ମୁଁ ବନ୍ଧୁକରେ ନୁହେଁ ରାଜନୀତିରେ ବିଶ୍ୱାସ କରେ। ବିଜେପି ନେତାଜୀ ଓ ବଙ୍ଗଳାର ଅପମାନ କରିଛି। ଯଦି ଆପଣମାନେ ନେତାଜୀଙ୍କ ଜୟ କରିଥାନ୍ତେ ତାହେଲେ ମୁଁ ଆପଣମାନଙ୍କୁ ସଲାମ କରିଥାନ୍ତି। କିନ୍ତୁ ଆପଣମାନେ ଯଦି ମୋତେ ବନ୍ଧୁକ ମୁନରେ ହମଲା କରିବାକୁ ଚେଷ୍ଟା କରିବେ ତାହେଲେ ପାଲଟା ହମଲା କିଭଳି କରାଯିବ ମୁଁ ଜାଣିଛି। ସେଦିନ ଜନତା ବଙ୍ଗଳାର ଅପମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.