Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହସ୍ପିଟାଲରୁ ମମତା ଜାରି କଲେ ଭିଡିଓ ମେସେଜ୍: ୧୩ ତାରିଖରେ ହ୍ୱିଲ୍ ଚେୟାରରେ କରିବେ ରାଲି

11/03/2021 at 3:59 PM

କୋଲକାତା ୧୧/୦୩ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭିଡିଓ ମେସେଜ ଜାରି କରିଛନ୍ତି। ଭିଡିଓ ମେସେଜ ଜାରି କରି ତୃଣମୂଳ କଂଗ୍ରେସ ନେତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି। ମମତା ବାନାର୍ଜୀ ବୁଧବାର ଦିନ ନନ୍ଦିଗ୍ରାମରେ ହମଲାରେ ଶିକାର ହେବାପରେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭିଡିଓରେ ମମତା କହିଛନ୍ତି ଯେ ତାଙ୍କ ମୁଣ୍ଡ ଓ ଗୋଡରେ ବହୁତ ଯନ୍ତ୍ରଣା ହେଉଛି। 

ଅଲ୍ ଇଣ୍ଡିଆ ଟ୍ୱିଟର୍ ହ୍ୟାଣ୍ଡଲରୁ ଜାରି ହୋଇଥିବା ଏକ ଭିଡିଓରେ ମମତା କହିଛନ୍ତି, “ମୁଁ ମୋ ଭାଇ-ଭଉଣୀଙ୍କୁ ଶାନ୍ତ ରହିବାକୁ ଅପିଲ କରୁଛି। କାଲି ମୋର ହାତ, ଗୋଡ, ଗୋଇଠିରେ ଆଘାତ ଲାଗିଛି। ଲିଗାମେଣ୍ଟ ଡ୍ୟାମେଜ ହୋଇଛି। କାଲି ମୁଁ ମୋ ଗାଡିର ବନେଟରେ ଛିଡା ହୋଇ ଜନତାଙ୍କୁ ଅଭିବାଦନ କରୁଥିଲି, ସେତେବେଳେ ପଛପଟୁ ଧକ୍କା ଦିଆଯାଇଥିଲା। ଫଳରେ ମୁଁ ପଡି ଯାଇଥିଲି ଓ ଆହତ ହୋଇଛି। ମୋ ମୁଣ୍ଡ ଓ ଛାତିରେ ଯନ୍ତ୍ରଣା ମଧ୍ୟ ହେଉଛି। ଧକ୍କା ବେଳେ ଗାଡି ଚକ ମୋ ଗୋଡ ଉପରେ ଚଢି ଯାଇଥିଲା। ସେତେବେଳେ ମୋ ପାଖରେ ଯାହା ଜରୁରୀ ଔଷଧ ଥିଲା ତାକୁ ଖାଇ ମୁଁ କୋଲକାତା ବାହାରି ଯାଇଥିଲି। କୋଲକାତାରେ ପହଞ୍ଚିବା ପରେ ମୋର ଚିକିତ୍ସା ହୋଇଥିଲା।”

ଆଗକୁ ସେ କହିଛନ୍ତି, ‘ମୁଁ ମୋର ଟିଏମସି ଭାଇ-ଭଉଣୀଙ୍କୁ ଶାନ୍ତି ଓ ଧାର୍ଯ୍ୟ ରଖିବାକୁ ଅପିଲ କରୁଛି। ଜନତାକୁ କଷ୍ଟ ହେଲାଭଳି କୌଣସି କାମ କରନ୍ତୁନି କି ଆଇନ ଉଲଙ୍ଘନ ନ କରନ୍ତୁ।’

୧ ମିନିଟ ୧୯ ସେକେଣ୍ଡର ଏହି ଭିଡିଓରେ ମମତା କହିଛନ୍ତି ଆଗାମୀ ୨-୩ ଦିନରେ ସେ ପୁଣି ନିର୍ବାଚନ ପ୍ରଚାର ଅଭିଯାନ କରିପାରିବେ ବୋଲି ଆଶା କରୁଛନ୍ତି। ସେ ହ୍ୱିଲ୍ ଚେୟାରରେ ବସି ପ୍ରଚାର କରିପାରନ୍ତି ବୋଲି କହିଛନ୍ତି।

ମାମଲାରେ ନିର୍ବାଚନ ଆୟୋଗ ସ୍ଥାନୀୟ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ତୃଣମୂଳ କଂଗ୍ରେସ ଆରୋପ ଲଗାଇଛି ଯେ ପ୍ରଚାର ଅଭିଯାନରୁ ମମତା ବାନାର୍ଜୀଙ୍କୁ ଦୂର କରିବାକୁ ଷଡଯନ୍ତ୍ର କରାଯାଇଛି। ଅପରପକ୍ଷରେ ବିଜେପି ପୁରା ମାମଲାର ସିବିଆଇ ଯାଞ୍ଚ କରିବାକୁ କହିଛି।

   Related Posts