Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଉପହାର, ରାଜ୍ୟରେ ଲଞ୍ଚ ହେଲା ‘ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ’

30/06/2021 at 4:24 PM

କୋଲକାତା ୩୦।୬: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ବୁଧବାର ଷ୍ଟୁଡେଣ୍ଟସ୍ କ୍ରେଡିଟ୍ କାର୍ଡ ଲଞ୍ଚ କରିଛନ୍ତି। ଏଥିରେ ଛାତ୍ରଛାତ୍ରୀ ସାଧାରଣ ବାର୍ଷିକ ସୁଧହାରରେ ସର୍ବାଧିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ପାଠପଢା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାରେ  କ୍ରେଡିଟ କାର୍ଡ ଛାତ୍ରଛାତ୍ରୀଙ୍କ ଲାଗି ସହାୟକ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ବ୍ୟବସ୍ଥା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ ବୋଲି ମଧ୍ୟ ମମତା ବାନାର୍ଜୀ କହିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉଦ୍ଦେଶ୍ୟରେ ସର୍ବାଧିକ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ସଫ୍ଟ ଲୋନ ପ୍ରଦାନ ଲାଗି ଏଥିରେ ରାଜ୍ୟ ସରକାର ପ୍ରୟାଶ କରିଥିବା ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଯୋଜନାରେ ଛାତ୍ରଛାତ୍ରୀ ଶିକ୍ଷା ଲାଗି କ୍ରେଡିଟ୍‌ କାର୍ଡରେ ନେଇଥିବା ଋଣ ସୁଝିବା ଲାଗି ୧୫ ବର୍ଷ ଅବଧି ରହିଛି। ମାମୁଲି ସୁଧହାରରେ ଛାତ୍ରଛାତ୍ରୀ ଏହି ଋଣ ନେଇପାରିବେ।  

ମାନ୍ୟତା ପ୍ରାପ୍ତ ଶିକ୍ଷଣ ସଂସ୍ଥାରୁ ମାଧ୍ୟମିକସ୍ତରରୁ ଆରମ୍ଭ କରି ଦେଶ ଭିତରେ ବ୍ୟବସାୟୀକ ପାଠ୍ୟକ୍ରମ ସମେତ ଡକ୍ଟରେଟ, ପୋଷ୍ଟ ଡକ୍ଟରେଟ ଏପରିକି ଗବେଷଣା କାର୍ଯ୍ୟ ଲାଗି ଛାତ୍ରଛାତ୍ରୀ ତାଙ୍କର ଷ୍ଟୁଡେଣ୍ଟ କ୍ରେଡିଟ୍‌ କାର୍ଡର ଉପଯୋଗ କରିପାରିବେ। ଏହା ଛଡା ରାଜ୍ୟର ଯେଉଁ ଛାତ୍ରଛାତ୍ରୀ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ରାଜ୍ୟ ସରକାରଙ୍କ ଲୋକସେବା ଆୟୋଗ (ପିଏସସି) ପ୍ରସ୍ତୁତି କରୁଛନ୍ତି ସେମାନେ ମଧ୍ୟ ପାଠପଢା  ଓ କୋଚିଂ ବାବଦ ବ୍ୟୟ ଲାଗି  କ୍ରେଡିଟ କାର୍ଡର ଉପଯୋଗ କରିପାରିବେ ବୋଲି ଶିକ୍ଷାବିଭାଗ ଅଧିକାରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି କ୍ରେଡିଟକାର୍ଡ ଯୋଜନାକୁ ବୁଧବାର ରାଜ୍ୟ ସଚିବାଳୟରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଲାଗି ପୂର୍ବରୁ କନ୍ୟାଶ୍ରୀ ଓ ସବୁଜଶ୍ରୀ ନାମରେ ଦୁଇଟି ଯୋଜନା କାର୍ଯ୍ୟକାରୀ କରିଥିବା ମମତା ବନାର୍ଜୀ କହିଛନ୍ତି। ତେବେ ଏହା ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷାରେ ସହାୟକ ହୋଇପାରୁନଥିବାରୁ ଷ୍ଟୁଡେଣ୍ଟ କ୍ରେଡିଟକାର୍ଡ ଯୋଜନା ଆରମ୍ଭ କରାଯାଇଛି। ଯେଉଁଥିରେ ଛାତ୍ରଛାତ୍ରୀ ଏବେ ନିଜ ମନଲାଖି ଶିକ୍ଷା ନିମନ୍ତେ ଏବେ ସମ୍ପୂର୍ଣ୍ଣ ସ୍ୱାଚ୍ଛନ୍ଦ ବୋଲି ମମତା ବାନାର୍ଜୀ କହିଛନ୍ତି। ଏହା ମଧ୍ୟ ଦଳର ନିର୍ବାଚନୀ ପ୍ରତିଶ୍ରୁତିରେ ଥିଲା। ଯାହା ସରକାର ପୁଣି କ୍ଷମତାକୁ ଆସିବାମାତ୍ରେ ପୂରଣ କରିବା ଲାଗି ପଦକ୍ଷେପ ନେଇଛନ୍ତି ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।

   Related Posts