ତୈଳ ଦର ବୃଦ୍ଧି ପ୍ରତିବାଦରେ ମମତାଙ୍କ ଇ-ସ୍କୁଟର ରାଲି: ମୋଦି ସରକାରକୁ କହିଲେ ନାଗରିକ ବିରୋଧୀ

Published By : Prameya-News7 Bureau | February 25, 2021 IST

କୋଲକାତା ୨୫/୦୨ : ଦେଶରେ ପଟେରାଲ ଡିଜେଲ ଦର ଆକାଶଛୁଆଁ। ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ଲଗାତାର ବିରୋଧ କରୁଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଆଦି ଦଳ ଦର ବୃଦ୍ଧିକୁ ବିରୋଧ କରୁଛନ୍ତି। ଗୁରୁବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୈଳ ଦର ବିରୋଧରେ ଇ-ସ୍କୁଟରରେ ଯାତ୍ରା କରିଥିଲେ। ଇ-ସ୍କୁଟରର ପଛପଟେ ବସି ମମତା ଯାତ୍ରା କରିଥିଲେ। ବେକରେ ସେ ଏକ ପୋଷ୍ଟର ବି ଲଗାଇଥିଲେ। ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହୋଇଛି।

{"id":414499,"sizeSlug":"large","linkDestination":"none"}

ତୈଳ ଦର ବୃଦ୍ଧି ପ୍ରତିବାଦରେ ମମତା କୋଲକାତାର ମହାପୌର ଫିରହାଦ ହାକିମ ସହ ଇଲେକ୍ଟ୍ରିକ ସ୍କୁଟରରେ ଯାତ୍ରା କରିଥିଲେ। କୋଲକାତାରେ ଏହି ଇ-ସ୍କୁଟର ରାଲି ହାଶିଷ ଚାଟାର୍ଜୀ ଷ୍ଟ୍ରିଟରୁ ରାଜ୍ୟ ସଚିବାଳୟ ନବାନ୍ନା ଯାଏଁ ବାହାରିଥିଲା। ମମତା ହାଜରା ମୋଡ଼ରୁ ରାଜ୍ୟ ସଚିବାଳୟ ମଧ୍ୟରେ ୫ କିଲୋମିଟର ସ୍କୁଟରରେ ଯାତ୍ରା କରିଥିଲେ। ସଡକର ଉଭୟ ପାର୍ଶ୍ୱରେ ଲୋକେ ଛିଡା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ କରିଥିଲେ।

{"id":414500,"sizeSlug":"large","linkDestination":"none"}

ମମତା ବାନାର୍ଜୀ ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, ପ୍ରଥମେ ନୋଟବନ୍ଦୀ, ଏବେ ଇନ୍ଧନ ଦର ବୃଦ୍ଧି ପାଇଛି। ମୋଦି ସରକାର ସବୁ ବିକ୍ରି କରି ଦେଉଛନ୍ତି। ବିଏସଏନଏଲ ରୁ କୋଇଲା ଯାଏଁ ଦେଶର ସବୁକିଛି ବିକ୍ରି କରୁଛନ୍ତି। ଏହି ସରକାର ନାଗରିକ ବିରୋଧୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.