ଧାରା ୩୭୦ ଉଚ୍ଛେଦ ମାମଲାରେ ବିଜେପିକୁ ଟାର୍ଗେଟ କଲେ ଦିଦି: କାଶ୍ମୀରବାସୀଙ୍କ ସ୍ୱାଧୀନତା ଚାଲିଗଲା

Published By : Prameya-News7 Bureau | June 14, 2021 IST

କୋଲକାତା ୧୪/୦୬ : ଧାରା ୩୭୦ ଉଚ୍ଛେଦ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ ଧାରା ୩୭୦ ହଟାଯିବା ପରେ କାଶ୍ମୀରବାସୀଙ୍କ ସ୍ୱାଧୀନତା, ସେମାନଙ୍କର ଦାବି ଏବଂ ଆଗ୍ରହ ଦୁର୍ବଳ ହେବାରେ ଲାଗିଛି।

ସୋମବାର ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ 'ଆମେ ପଶ୍ଚିମବଙ୍ଗକୁ କାହାକୁ ବିଭାଜନ କରିବାକୁ ଦେବୁ ନାହିଁ। ଯଦି ବିଜେପି ଭାବୁଛି ଯେ ସେ ବଙ୍ଗଳାକୁ ବିଭାଜନ କରି କୌଣସି ଅଂଶ ବିକ୍ରି କରିପାରିବ ତେବେ ତାହା ଏତେ ସହଜ ନୁହେଁ। ସେମାନେ ଦିଲ୍ଲୀକୁ ସମ୍ଭାଳି ପାରୁନାହାନ୍ତି। ଯେଉଁମାନେ ବଙ୍ଗଳାକୁ ବିଭାଜନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବଙ୍ଗଳାବାସୀ ଉଚିତ ଜବାବ ଦେବେ।' ନିର୍ବାଚନରେ ବିଜେପିର ପରାଜୟ ସମ୍ପର୍କରେ ମମତା କହିଛନ୍ତି ଯେ ଏତେ ବଡ ନିର୍ବାଚନରେ ହାରିଯିବା ପରେ ବି ତାଙ୍କର ଲଜ୍ଜା ନାହିଁ।

ସୁପ୍ରିମକୋର୍ଟଙ୍କ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ନୀତି ଗ୍ରହଣ କରିବାକୁ ନେଇ ମମତା କହିଛନ୍ତି, "ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ସିଷ୍ଟମରେ ଆମର କୌଣସି ଅସୁବିଧା ନାହିଁ। ଆମେ ଏହି ଯୋଜନା ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବୁ, କିଛି ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ ହଁ, ଆମେ ପ୍ରସ୍ତୁତ ହେଉଛୁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.