Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ କରୋନାରେ ପରଲୋକ

15/05/2021 at 12:23 PM

ପଶ୍ଚିମବଙ୍ଗ ୧୫/୫: ପୁଣି କରୋନା ନେଲା ଜୀବନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ କରୋନାରେ ମୃତ୍ୟୁ । ଗତ ମାସେ ହେବ ସେ କରୋନାରେ ପୀଡିତ ଥିଲେ । ଆଜି ସକାଳେ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇଥିଲା । ଆଜି ସକାଳେ ସେ ଗୁରୁତର ହୋଇପଡିଥିଲେ । ଶେଷରେ ଦୀର୍ଘ ଚେଷ୍ଟା ସତ୍ତ୍ୱେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । କୋଭିଡ ପ୍ରୋଟୋକଲ ଅନୁସାରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

   Related Posts