ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ମାମୋଗ୍ରାଫି ମେସିନ୍ ଉଦ୍ଘାଟନ
4/08/2018 at 9:50 AM

କଟକ ୪/୮ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ ସେନୋଗ୍ରାଫ୍ ପ୍ରିଷ୍ଟିନା ନାମକ ଅତ୍ୟାଧୁନିକ ମାମୋଗ୍ରାଫି ମେସିନ୍ ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାଧୁନିକ ଉପାୟରେ ସ୍ତନ କର୍କଟ ରୋଗ ଚିହ୍ନଟ କରିବାରେ ଏହି ମାମୋଗ୍ରାଫି ମେସିନ୍ ବେଶ୍ ଉପଯୋଗୀ । ପ୍ରାୟ ଦୁଇ କୋଟି ଟଙ୍କା ବ୍ୟାୟରେ ଏହି ମାମୋଗ୍ରାଫି ମେସିନ୍ କିଣାଯାଇ ଆଚର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ସ୍ଥାପନ କରାଯାଇଛି । ପୂ୍ର୍ବତନ ମୁଖ୍ୟ ଶାସନ ସଚିବ ଦେବୀ ପ୍ରସାଦ ବାଗ୍ଚୀ ଏହି ମାମୋଗ୍ରାଫି ମେସିନ୍ କୁ କର୍କଟ ପ୍ରତିଷ୍ଠାନକୁ ପ୍ରଦାନ କରିଛନ୍ତି । ସ୍ତନ କର୍କଟ ଶୀଘ୍ର ଚିହ୍ନଟ କରିବାରେ ଏହି ମେସିନ୍ ସାହାଯ୍ୟ କରିବ, ଯାହା ଫଳରେ ଚିକିତ୍ସା ସହଜ ଓ ସରଳ ଉପାୟରେ ହେଇପାରିବ ଏବଂ ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହୋଇପାରିବେ…
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021