Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମହିଳା କମିଶନର ଅଧ୍ୟକ୍ଷ ରେଖା ଏବଂ କଙ୍ଗନାଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ହସ୍ପିଟାଲରେ ଭର୍ତ୍ତି ଅଭିନେତ୍ରୀ ମାଲଭି

28/10/2020 at 11:08 AM

ମୁମ୍ବାଇ ୨୮/୧୦: ‘ହୋଟେଲ୍ ମିଲନ୍’ ଫେମ୍ ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିକଟରେ ଆହତ ମାଲଭି ମାଲହୋତ୍ରାଙ୍କ ଏକ ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ମାଲଭି ନିଜ ପାଇଁ ନ୍ୟାୟ ମାଗୁଥିବାର ଦେଖାଯାଇଛି। ମାଲଭି କହୁଛନ୍ତି-‘ ସେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ରେଖା ଶର୍ମାଙ୍କୁ ନ୍ୟାୟ ପାଇଁ ଗୁହାରି କରୁଛନ୍ତି ଯେ ସେ ଏହି ମାମଲାକୁ ଦେଖନ୍ତୁ ଏବଂ ତାଙ୍କୁ ସାହାଯ୍ୟ କରନ୍ତୁ।

ଏହା ସହିତ ସେ ଅଭିନେତ୍ରୀ କଙ୍ଗନା ରଣଓ୍ବତଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ମାଲଭି କହିଛନ୍ତି ଯେ ,‘ ସେ କଙ୍ଗନାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେ ତାଙ୍କୁ ସମର୍ଥନ କରନ୍ତୁ କାରଣ ସେ ମଧ୍ୟ କଙ୍ଗନାଙ୍କ ସହର ମଣ୍ଡିର ବାସିନ୍ଦା। ତାଙ୍କ ସହ ଏପରି ଦୁର୍ଘଟଣା ଘଟିବ ବୋଲି ସେ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ଏଥିପାଇଁ ସେ ତାଙ୍କ ସହ ହୋଇଥିବା ଅନ୍ୟାୟ ପାଇଁ ତାଙ୍କଠୁ ସମର୍ଥନ ଲୋଡ଼ୁଛନ୍ତି।

ମାଲଭିଙ୍କ ସହ ଏହି ଘଟଣା ଭର୍ସୋଭାରେ ସୋମବାର ରାତି ପାଖାପାଖି ୯ଟାରେ ଘଟିଥିଲା। ସେ କ୍ୟାଫେରୁ ଫେରୁଥିବାବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା। ଆଶ୍ଚର୍ଯ୍ୟର କଥା ଏହିକି ଯେ ତାଙ୍କର ଜଣେ ପୁରୁଣା ବନ୍ଧୁ ତାଙ୍କ ଉପରେ ଆକ୍ରମଣ କରିଥିଲା।

ସେ ତାଙ୍କୁ ୩ଥର ଛୁରୀରେ ଆକ୍ରମଣ କରିଥିଲା। ମାଲବିଙ୍କ ଦୁଇ ହାତ ଏବଂ ପେଟରେ ଆଘାତ ଲାଗିଛି। ସେ ଏବେ ବିପଦମୁକ୍ତ ଅଛନ୍ତି। ଡାକ୍ତର ଖୁବ୍ ଶୀଘ୍ର ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରିବେ। ମୁମ୍ବାଇ ପୋଲିସ୍ ମାମଲା ରୁଜୁ କରିଛି।

ହିମାଚଳ ପ୍ରଦେଶର ମଣ୍ଡିରେ ରହୁଥିବା ମାଲଭି ତେଲୁଗୁ ଫିଲ୍ମ ‘କୁମାରୀ ୨୧ ଏଫ’,ତାମିଲ ଫିଲ୍ମ ‘ନଦିକ୍କୁ ଏଣ୍ଡି’,ହିନ୍ଦୀ ଫିଲ୍ମ ‘ହୋଟେଲ୍ ମିଲନ’,ଟିଭି ଧାରାବାହିକ ‘ଉଡ଼ାନ’ରେ କାମ କରିଛନ୍ତି। ଏହା ବ୍ୟତୀତ ସେ କିଛି ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି।

   Related Posts