ରାଜ୍ୟରେ ୨୩ ହଜାର ୪୨୯ ଅପପୁଷ୍ଟିର ଶିକାର

Published By : Prameya-News7 Bureau | November 17, 2019 IST

ଭୁବନେଶ୍ୱର /କଳାହାଣ୍ଡି ୧୭।୧୧ -  ଅପପୁଷ୍ଟି ରୋକିବାକୁ ଅଙ୍ଗନଓ୍ବାଡି ମାଧ୍ୟମରେ ମା ଓ ଶିଶୁଙ୍କୁ  ପୁଷ୍ଟିକର ଖାଦ୍ୟ ଯୋଗାଇଦେଉଛନ୍ତି ସରକାର । ହେଲେ ଏବେ ବି ରାଜ୍ୟର ୨୩ ହଜାର ୪୨୯ ଶିଶୁ କମ ଓଜନର ଥାଇ ଅପପୁଷ୍ଟିର ଶିକାର ହୋଇଛନ୍ତି । ଆଉ ଅନାହାର ଲାଗି ଏକଦା ଚର୍ଚ୍ଚାରେ ରହୁଥିବା କଳାହାଣ୍ଡିରେ ସବୁଠୁ ଅପପୃଷ୍ଟି ଶିକାର ଶିଶୁ ଥିବା ବିଧାନ ସଭାରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଉତ୍ତର ଦେଉଛନ୍ତି । ସେପଟେ ରାଜ୍ୟର ଏପରି ବାସ୍ତବ ଚିତ୍ରକୁ ନେଇ ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ଜବାବ ରଖିଛନ୍ତି ନିଜେ ବିଭାଗୀୟ ମନ୍ତ୍ରୀ ।

{"id":185807,"sizeSlug":"large"}

ରାଜ୍ୟରେ ୨୩ ହଜାର ୪୨୯ ଶିଶୁ ଅପପୁଷ୍ଟିର ଶିକାର । ଭୋକର ଭୂଗୋଳ ଦେଖିଥିବା କଳାହାଣ୍ଡିରେ ଏବେ ବି ଅପପୃଷ୍ଟିର ରାଜୁତି । ଯେଉଁଠାରେ ସର୍ବାଧିକ ସଂଖ୍ୟାର ଅପପୁଷ୍ଟ  ଶିଶୁ ଅଛନ୍ତି।  ବିଧାନସଭାରେ ମହିଳା ଓ ଶିଶୁ ବିଭାଗମନ୍ତ୍ରୀଙ୍କ ଉତ୍ତରରୁ ଏମିତି ତଥ୍ୟ ସାମନାକୁ ଆସିଛି । କଳାହାଣ୍ଡି ଲାଞ୍ଜିଗଡ ବ୍ଲକର ଏ ହେଉଛି ବାସ୍ତବ ଚିତ୍ର । ଶିଶୁ ମାନଙ୍କର ସ୍ବାସ୍ଥ୍ୟ ହିଁ ବୟାନ କରୁଛି ଏମାନେ କିଭଳି ସ୍ବାସ୍ଥ୍ୟକର ପରିବେଶରେ ବଢୁଛନ୍ତି। ଗାଁ ଲୋକଙ୍କ କହିବା କଥା ସେମାନଙ୍କ ପାଖରେ ଯୋଜନା ପହଁଚୁନି । ଏମିତିକି ଅଙ୍ଗନଓ୍ବାଡି ସଂପର୍କରେ ବି ଭଲ ଭାବରେ ଜଣା ବି ନାହିଁ । ସରକାର ଦେଉଥିବା ଛତୁଆ ନିମ୍ନମାନର ଥିବାରୁ ଲୋକେ ତାକୁ ଗ୍ରହଣ କରିବାକୁ ନାରାଜ । ଏମିତିକି ଅପପୁଷ୍ଟି ଶିକାର ଶିଶୁଙ୍କ ଲାଗି ଥିବା ଏନଆରସି ସେଣ୍ଟରେ ବି ସବୁ ସୁବିଧା ମିଳୁନି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

{"id":185808,"sizeSlug":"large"}

ରାଜ୍ୟରେ କେତେ ଶିଶୁ କୁପୋଷଣର ଶିକାର ହୋଇଛନ୍ତି, ଏନେଇ ବିଜେପି ବିଧାୟକ କୁସୁମ ଟେଟେ ବିଧାନ ସଭାରେ ପ୍ରଶ୍ନ ରଖିଥିଲେ । ଆଉ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ରାଜ୍ୟରେ ୨୩ ହଜାର ୪୨୯ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଶିଶୁ କଳାହାଣ୍ଡିରେ। ସରକାରଙ୍କ ଏହି ତଥ୍ୟକୁ ନେଇ ଘେରିଛନ୍ତି ବୋରୋଧୀ । ସରକାର ଯଦି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାଲେ ଜଣା ପଡୁଛି ଯୋଜନା ଲୋକଙ୍କ ପାଖରେ ପହଁଚୁ ନି ବୋଲି ଆକ୍ଷେପ କରିଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ କୁପୋଷଣ କମୁଛି ।

{"id":185809,"sizeSlug":"large"}

ପୃଷ୍ଟି ହୀନତା ରୋକିବାକୁ  ଯୋଜନା ପରେ ଯୋଜନା ଚାଲିଛି । ନଗାଡର ଚିତ୍ର ସାମ୍ନାକୁ ଆସିବା ପରେ ସରକାର ଏହା ଉପରେ ଗୁରୁତ୍ବ ଦେଇଥିଲେ । ହେଲେ ଏବେ ବି ଛତୁଆ ଦୁର୍ନୀତି କଥା ଥମୁନି । ଏମିତିରେ ରାଜ୍ୟରୁ କେମିତି ହଟିବ ଅପପୃଷ୍ଟି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.