Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ତାଳଚେରରେ ଅପପୁଷ୍ଟିର ନଗ୍ନ ଚିତ୍ର : ୮ମାସର ଶିଶୁର ପସିଯାଇଛି ଆଖି, ଧୁଡୁ ଧୁଡୁ ହୋଇଯାଇଛି ଚର୍ମ

19/06/2021 at 3:22 PM

ଅନୁଗୋଳ ୧୯।୬: ଶିଶୁମାନଙ୍କର ଶାରୀରିକ ବିକାଶ ଏବଂ ବୌଦ୍ଧିକ ବିକାଶ ପାଇଁ କେତେ କ’ଣ ଯୋଜନା ରହିଛି । କିନ୍ତୁ ତାଳଚେରରେ ୮ ମାସର ଏମିତି ଏକ ଶିଶୁକୁ ଦେଖିଲେ ଲାଗେ ସତେ ଯେମିତି ଏହିସବୁ ଯୋଜନା ବାଟବଣା ।

ଶିଶୁଟିକୁ ଦେଖିଲେ ଆପଣ ବି ଆହାଃ ପଦେ କହିବେ । ଆଖି ପଶି ଯାଇଛି, ଚମ ଧୁଡୁ ଧୁଡୁ ହୋଇଯାଇଛି । ଏହି ଶିଶୁଟିର ବୟସ ୮ ମାସ ହେବ । ଶିଶୁକୁ ଦେବାକୁ ମା’ କ୍ଷୀର ମଧ୍ୟ ହେଉନି । ବାହାର ଖାଦ୍ୟ ଦେବା ପାଇଁ ପାଖରେ ପଇସା ନାହିଁ । ବାପା-ମା’ ଏଣେତେଣେ ବୁଲି ଜରି ଗୋଟାଇ ଗୁଜୁରାଣ ମେଟାନ୍ତି । ଏଇ କିଛିବର୍ଷ ହେବ ତାଳଚେର ଶନିବାର ହାଟ ପାଖରେ ଅସ୍ଥାୟୀ ଜରି ପାଲ ଘରେ ରହିଛନ୍ତି । ଛୁଆଟିର ବାପା ହେଲେ ଶାମ୍ବ ବେହେରା ଆଉ ମା’ ହେଲେ ମାମା ବେହେରା ।

ତେବେ ଖବର ପାଇ କିଛି ସ୍ବେଚ୍ଛାସେବୀ ତାଙ୍କ ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ କିଛି ଖାଦ୍ୟ ମଧ୍ୟ ଦେଇଛନ୍ତି । ଛୁଆଟିର ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଥିବା ସେମାନେ କହିଛନ୍ତି । ତେବେ ପ୍ରଶାସନ କୋଭିଡ୍ ଟେଷ୍ଟ ରିପୋର୍ଟ ଆସିଲା ପରେ ପିଲାଟିର ମେଡିକାଲ ଚିକିତ୍ସା ଆରମ୍ଭ କରାଇବେ ବୋଲି ସୂଚନା ମିଳିଛି ।

   Related Posts