Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ମଲ୍ଲିକା ଶେରାୱତଙ୍କୁ ଅଦ୍ଭୁତ ଡିମାଣ୍ଡ କରିଥିଲେ ନିର୍ମାତା, ଅଭିନେତ୍ରୀ କଲେ ଖୁଲାସା

13/11/2021 at 9:22 AM

ନୂଆଦିଲ୍ଲୀ ୧୩/୧୧: ବଲିଉଡର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ବଲିଉଡରେ କିଛି କମାଲ କରିପାରି ନଥିଲେ। କିନ୍ତୁ ସେ ପ୍ରାୟତଃ ତାଙ୍କ ଖୁଲାସାକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ପୁଣି ଥରେ ମଲ୍ଲିକା ଲାଇମଲାଇଟକୁ ଆସିଛନ୍ତି। ଏହା ପଛର କାରଣ ହେଉଛି ଅଭିନେତ୍ରୀଙ୍କ ଫିଲ୍ମ ନିର୍ମାତାଙ୍କୁ ନେଇ କରିଥିବା ଖୁଲାସା। ଅଭିନେତ୍ରୀ କହିଛନ୍ତି ଯେ ନିର୍ମାତା ତାଙ୍କ ଅଣ୍ଟାରେ ରୁଟି ସେକିବାକୁ ଚାହୁଁଥିଲେ। ମଲ୍ଲିକାଙ୍କ ଏହି  ବିବୃତ୍ତି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

PunjabKesari

ଖବର ଅନୁଯାୟୀ, ମଲ୍ଲିକା ଏକ ଇଣ୍ଟରଭ୍ୟୁରେ ଏ ବିଷୟରେ କହିଛନ୍ତି। ସେ କହିଛନ୍ତି, ‘ଜଣେ ନିର୍ମାତା ଏକ ଗୀତ ପାଇଁ ଅଜବ ଆଇଡିଆ ନେଇ ତାଙ୍କ ପାଖକୁ ଆସିଥିଲେ। ନିର୍ମାତା ମୋତେ କହିଥିଲେ ଯେ ଗୋଟିଏ ହଟ୍ ଗୀତ। ଦର୍ଶକମାନେ କିପରି ଜାଣିବେ ଯେ ତୁମେ ହଟ୍ ବୋଲି? ତୁମେ ଏତେ ହଟ୍ ଯେ ତୁମ ଅଣ୍ଟାରେ ମୁଁ ରୁଟି ସେକି ପାରିବି। ମୁଁ ତାଙ୍କୁ ଏପରି  କିଛି କରିବାକୁ ମନା କରିଦେଇଥିଲି।’

ଅଭିନେତ୍ରୀ ଆହୁରି କହିଛନ୍ତି, ‘ମୁଁ ଭାବିଲି ଏହା ଫନି ଥିଲା। କିନ୍ତୁ ଏହା ଅରଜିନାଲ୍ ଆଇଡିଆ ଥିଲା। ମୁଁ ଭାବୁଛି ଭାରତରେ ମହିଳା ହଟ୍ ହେବାର ଆଇଡିଆ ଅତ୍ୟନ୍ତ ଅଦ୍ଭୁତ। ଯଦିଓ ଏହା ବର୍ତ୍ତମାନ ଭଲ କିନ୍ତୁ ଯେତେବେଳେ ମୁଁ ମୋର କ୍ୟାରିଅର୍ ଆରମ୍ଭ କଲି, ସେତେବେଳେ ଏହା ଅଦ୍ଭୁତ ଥିଲା।’

PunjabKesari

ମଲ୍ଲିକା ୨୦୦୨ ରେ ଫିଲ୍ମ ‘ଜିନା ସିର୍ଫ ମେରେ ଲିୟେ’ ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ତେବେ ମଲ୍ଲିକାଙ୍କୁ ଫିଲ୍ମ ‘ଖ୍ୱାଇଶ’ରୁ ସ୍ୱୀକୃତି ମିଳିଥିଲା। ଏହି ଫିଲ୍ମରେ ମଲ୍ଲିକା ଅଭିନେତା ହିମାଂଶୁ ମଲିକଙ୍କ ସହ ୧୭ ଟି କିସ୍ ସିନ୍ ଦେଇଥିଲେ, ଯେଉଁଥିପାଇଁ ସେ ରାତାରାତି ଲାଇମଲାଇଟକୁ ଆସିଥିଲେ।

   Related Posts