ବିଲ୍‌ ଗେଟସଙ୍କ ସହ ମଲ୍ଲିକା ସେରାୱତ୍‌, ୱାଶିଂଟନ୍‌ ପାର୍ଟିରେ ଭେଟ…ସବୁଠୁ ଧନୀଙ୍କ ସହ କଣ କଥା ହେଲେ ଭାରତୀୟ ଅଭିନେତ୍ରୀ

Published By : Prameya-News7 Bureau | January 31, 2020 IST

ମୁମ୍ବାଇ୩୧|୧: ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱତ୍‌ ନିଜ ବୋଲ୍ଡ ଅବତାର ପାଇଁ ଚର୍ଚ୍ଚାରେ ରୁହନ୍ତି। ମର୍ଡର ଫିଲ୍ମରେ କାମ କରି ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ନିଜ ଆଇଟମ୍‌ ଗୀତ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହୁଥିବା ମଲ୍ଲିକା ନିକଟରେ କିଛି ଫଟୋ ସେୟାର କରିଛନ୍ତି।

{"id":218133,"sizeSlug":"large"}

ଏହି ଫଟୋରେ ମଲ୍ଲିକା ବିଲ ଗେଟସଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ମଲ୍ଲିକା ଏହି ଫଟୋ ଗୁଡିକ ସେୟାର କରିଛନ୍ତି। ଏମେଜାନର ସିଇଓ ଏବଂ ଫାଉଣ୍ଡର ଜେକ ବେଜୋସ ଏକ ପାର୍ଟି ଆୟୋଜନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ପାର୍ଟି ଆମେରିକାର ଓ୍ଵାସିଂଟନ ଡିସିରେ ହୋଇଥିଲା। ଏହି ପାର୍ଟିରେ ମଲ୍ଲିକାଙ୍କୁ ବିଲ ଗେଟ୍ସଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା।

{"id":218134,"sizeSlug":"large"}

ମାଇକ୍ରୋସଫ୍ଟ କର୍ପୋରେସନର କୋ-ଫାଉଣ୍ଡର ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସଙ୍କ ସହ ଭେଟି ମଲ୍ଲିକା ଖୁବ ଖୁସି । ମଲ୍ଲିକା ଏହି ଫୋଟକୁ ସେୟାର କରି ଲେଖିଛନ୍ତି ଯେ, ପାର୍ଟିରେ ସେ ବିଲ୍‌ ଗେଟସଙ୍କ ସହ ନାରୀ ଶକ୍ତିକୁ ନେଇ ଆଲୋଚନା କରିଥିଲେ ।

{"id":218135,"sizeSlug":"large"}

କେବଳ ସେତିକି ନୁହେଁ ବିଲ ଗେଟ୍‌ସଙ୍କ ସହ କଥା ହୋଇ ସେ ଖୁବ୍‌ ଉତ୍ସାହିତ ଅନୁଭବ କରିଛନ୍ତି। ଇନଷ୍ଟାଗ୍ରାମରେ ମଲ୍ଲିକାଙ୍କର ୧.୪ ମିଲିୟନ ଫଲୋଅର୍ସ ଅଛନ୍ତି। ଦର୍ଶକଙ୍କ ପାଇଁ ସେ ସବୁବେଳେ ନିଜ ଫଟୋ ସେୟାର କରନ୍ତି। ଏହା ପୂର୍ବରୁ ସେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଏୟାରକ୍ରାଫ୍ଟ ସିଢିରେ ବସିଥିବାର ନଜର ଆସିଛନ୍ତି।

{"id":218138,"sizeSlug":"large"}

ମଲ୍ଲିକା ହିନ୍ଦୀ ଫିଲ୍ମ ବ୍ୟତୀତ କିଛି ଇଣ୍ଟରନ୍ୟାସନାଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଦ ମିଥ୍‌ ଓ ଟାଇମ୍‌ ରେଡର୍ସ ଭଳି ଫିଲ୍ମରେ ନଜର ଆସିଛନ୍ତି ମଲ୍ଲିକା। ଏହାବ୍ୟତୀତ ମଲ୍ଲିକା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି। ମଲ୍ଲିକା ଏବେ ନିଜର ପ୍ରଫେସନାଲରୁ ଅଧିକ ପର୍ସନାଲ ଲାଇଫ୍‌ ନେଇ ଚର୍ଚ୍ଚାରେ ରହିଛନ୍ତି।

{"id":218137,"sizeSlug":"large"}

ସୂଚନାଯୋଗ୍ୟ ଯେ, ସେ ଜଣେ ଫ୍ରେଞ୍ଚ୍‌ ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି। ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ହେଉଛି ସାଇରିଲ ଅକ୍ସେନଫେସ୍‌। ସାଇରିଲ ପ୍ୟାରିସ୍‌ର ଜଣେ ବିଜ୍‌ନେସ୍‌ ଟାଇକୁନ୍‌ । ଉଭୟଙ୍କ ପ୍ରଥମ ଥର ପାଇଁ ପ୍ୟାରିସରେ ଭେଟ ହୋଇଥିଲେ। ସେଠାରେ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।  ଭାଲେଣ୍ଟାଇନ ଡେ' ରେ ମଧ୍ୟ ସାଇରିଲ ମଲ୍ଳିକାଙ୍କୁ ଏକ ଲଗ୍‌ଜରୀ କାର୍‌ ଗିଫ୍ଟ କରିଥିଲେ। ଉଭୟ ଶୁବ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.