ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ କହିଲେ- ‘ମୋ ଫିଲ୍ମରେ ଯଦି ସମସ୍ୟା ହେଉଛି ତାହେଲେ ଦେଖ ନାହିଁ’

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ ୦୮/୧୦: ହାଥରସ ଗଣଦୁଷ୍କର୍ମ ମାମଲାରେ ଅନେକ ବଲିଉଡ ସେଲିବ୍ରିଟି ମୁହଁ ଖୋଲିଛନ୍ତି। ପୀଡ଼ିତାଙ୍କ ପରିବାର ପାଇଁ ମଧ୍ୟ ସେମାନେ ନ୍ୟାୟ ଦାବି କରୁଛନ୍ତି। ଏହି କ୍ରମରେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ସାମାଜିକ ଗଣମାଧ୍ୟମରେ ଅପରାଧ ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ତେବେ ଜଣେ ୟୁଜର ମହିଳାଙ୍କ ସହ ହେଉଥିବା ଦୁଷ୍କର୍ମ ଓ ଯୌନ​‌ ଶୋଷଣ ଘଟଣା ପାଇଁ ମଲ୍ଲିକାଙ୍କୁ ଦାୟୀ କରିଛନ୍ତି। ଏ ପାଇଁ ମଲ୍ଲିକାଙ୍କ ଅଭିନୀତ ଫିଲ୍କକୁ ସେମାନେ ଦୋଷୀ ବୋଲି ଭାବୁଛନ୍ତି। ତେବେ ଏହାକୁ ନେଇ ୟୁଜରଙ୍କୁ ଜବାବ ଦେଇଛନ୍ତି ମଲ୍ଲିକା।

ମଲ୍ଲିକା ଟ୍ବିଟ୍ କରିଛନ୍ତି ଯେତେ ପର୍ଯ୍ୟନ୍ତ ଭାରତରେ ମହିଳାଙ୍କ ପ୍ରତି ଲୋକଙ୍କର ମଧ୍ୟକାଳୀନ ଚିନ୍ତାଧାରା ବଦଳିବ ନାହିଁ, ସେତେ ପର୍ଯ୍ୟନ୍ତ କିଛି ବି ବଦଳିବ ନାହିଁ। ତାଙ୍କର ଏଭଳି ଟ୍ବିଟରେ ଜଣେ ୟୁଜର କହିଛନ୍ତି, ‘ଯେଉଁଭଳି ଚରିତ୍ର ଆପଣ ବଲିଉଡ ଫିଲ୍ମରେ କରିଛନ୍ତି ଏଭଳି ବୟାନ ଆପଣଙ୍କର ଆଦୌ ଗ୍ରହଣୀୟ ନୁହେଁ। ଫିଲ୍ମରେ ଯେଉଁଭଳି ଭାବେ ଆପଣ ମେସେଜ ଦେଉଛନ୍ତି ଆପଣଙ୍କୁ ଲାଗୁ ନାହିଁ ତାହା ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ପରିବର୍ତନ ତାଙ୍କଠାରୁ ଆରମ୍ଭ ହେବା ଦରକାର ଯିଏ ଏ ବାବଦରେ ଆଳୋଚନା କରୁଛନ୍ତି।’

wp:core-embed/twitter {"url":"https://twitter.com/mallikasherawat/status/1313824430376865792","type":"rich","providerNameSlug":"twitter","className":""}
https://twitter.com/mallikasherawat/status/1313824430376865792
/wp:core-embed/twitter

ମଲ୍ଲିକା ମଧ୍ୟ ୟୁଜରଙ୍କୁ ମଧ୍ୟ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ‘ଯେଉଁ ଫିଲ୍ମରେ ମୁଁ କାମ କରିଛି ତାହା କ’ଣ ଦୁଷ୍କର୍ମ ଘଟଣାକୁ ନିମନ୍ତ୍ରଣ କରୁଛି।’ ଏହା କେବଳ ତମ ମାନଙ୍କ ଭଳି କିଛି ଲୋକଙ୍କ ଚିନ୍ତାଧାରା। ଯାହା ଭାରତୀୟ ସମାଜରେ ମହିଳାଙ୍କୁ ପଛକୁ ​‌ହିଁ ନେଉଛି। ଯଦି ମୋ ଫିଲ୍ମ ଦେଖିବାରେ ଅସୁବିଧା ହେଉଛି ତେବେ ତାକୁ ଦେଖ ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.